ଜୁଏଲାରୀ ଦୋକାନରୁ ହେଲା ହିରା ଚୋରି, ଚୋରକୁ ଦେଖି ମାଲିକ ନିଜ ଆଖିକୁ କରିପାରିଲେନି ବିଶ୍ୱାସ

ଆଜିକାଲି ଆପଣ ଅନେକ ଚୋରି ଖବର ବିଷୟରେ ଶୁଣୁଥିବେ। ଚୋରମାନେ ଚୋରି କରିବା ପାଇଁ କିଭଳି ଭିନ୍ନ ଭିନ୍ନ ପ୍ରକାର ଉପାୟ ଆପଣାନ୍ତି, ତାହା ମଧ୍ୟ ପୋଲିସ ଆଜିଯାଏଁ ବୁଝିପାରିନାହିଁ। ପୋଲିସ୍‌ ଯେତେ ବି ଚାଲାକ୍‌ ହେଲେ କ’ଣ ହେବ, ଚୋର କିନ୍ତୁ ଚୋରି କରୁଛି। କିନ୍ତୁ ଆମେ ଏଠାରେ ଯେଉଁ ଚୋରି ବିଷୟରେ ଜଣାଇବୁ, କେବଳ ଚୋରି ନୁହେଁ ଚୋର ମଧ୍ୟ ସ୍ୱତନ୍ତ୍ର। ପ୍ରଥମେ ଚୋରି କିଏ କରୁଛି, ତା’ ବିଷୟରେ ତ ଜଣାପଡିନଥିଲା, କିନ୍ତୁ ସିସି ଟିଭି ଫୁଟେଜରୁ ସବୁ ଘଟଣା ଧରାପଡିଯାଇଥିଲା।

ପାଟନାରେ ଏପରି ଏକ ଘଟଣା ଘଟିଛି, ଯାହା ବିଷୟରେ ଆପଣ ଶୁଣିଲେ ଚକିତ ହୋଇପଡିବେ। ଏଠିକାର ଏକ ଜୁଏଲାରୀ ଦୋକାନରେ ଚୋରି ହୋଇଛି, କିନ୍ତୁ ପ୍ରକୃତ ଚୋରକୁ ଖୋଜି ଖୋଜି ଧରା ନପଡିବା ପରେ ମାଲିକ ଖୋଜିଥିଲେ ସିସି ଟିଭି ଫୁଟେଜ। ସିସି ଟିଭି ଫୁଟେଜରେ ଦୋକାନର ମାଲିକ ଯାହା ଦେଖିଲେ, ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। ପାଟନାର ବୋରିଙ୍ଗ ରୋଡ୍‌ ସ୍ଥିତ ଏହି ଜୁଏଲାରୀ ଦୋକାନରୁ ଦୁଇଟି ହିରା କାନଫୁଲ ଗାଏବ ହୋଇଯାଇଥିଲା। ଦୋକାନୀ ମାଲିକ ସମସ୍ତଙ୍କୁ ପଚାରିବା ପରେ ସମସ୍ତେ ମନା କରିଥିଲେ। ନିଜ କର୍ମଚାରୀଙ୍କୁ ଅବିଶ୍ୱାସ କରି ସେ ସିସି ଟିଭି ଫୁଟେଜ ଚେକ୍‌ କରିଥିଲେ।

ଫୁଟେଜରେ ସେ ଦେଖିବାକୁ ପାଇଥିଲେ, ଏକ ମୂଷା ଆସି କାଉଣ୍ଟରରେ ପ୍ଲାଷ୍ଟିକରେ ପ୍ୟାକ୍‌ ହୋଇଥିବା ହିରା କାନଫୁଲକୁ ମୁହଁରେ ଧରି ଚାଲିଯାଇଥିଲା। ଏପର୍ଯ୍ୟନ୍ତ ହିରା କାନଫୁଲକୁ ମାଲିକ ପାଇନଥିବା ବେଳେ ଚୋରକୁ କିନ୍ତୁ ଖୋଜି ଧରିଥିଲେ। ସୂଚନାଯୋଗ୍ୟ, ବିହାରରେ ମଦବନ୍ଦ ସମୟରେ ଥାନା ଗୋଦାମରେ ରଖାଯାଇଥିବା ଜବତ ମଦ ଗାଏବ ହେବା ପଛରେ ମୂଷା ହିଁ ରହିଥିଲେ। ମୂଷାମାନେ ସେଠାରେ ଥିବା ମଦକୁ ପିଇଦେଇଥିବା ଖବର ପୂର୍ବରୁ ମଧ୍ୟ ଆସିଛି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago