ପୌଷ୍ୟ ରୂପେ ଗ୍ରହଣ ହୋଇଥିବା ୧୦ ବର୍ଷର ବାଳିକାକୁ ଡିଜିଟାଲ ଦୁଷ୍କର୍ମ, କ୍ରୁରତାର ସବୁ ସୀମା ଟପିଲେ ଶିକ୍ଷକ ଓ ପତ୍ନୀ
ପ୍ରୟାଗରାଜରେ ୧୦ ବର୍ଷର ବାଳିକାକୁ ଡିଜିଟାଲ୍ ଦୁଷ୍କର୍ମ ଓ ନିର୍ମମ ଭାବେ ପିଟିବା ମାମଲା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଏକ ଅନାଥ ଆଶ୍ରମରୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ଏହି ବାଳିକାକୁ ଜଣେ ମହିଳା କ୍ରମାଗତ ଭାବରେ ନିର୍ଯାତନା ଦେଉଥିଲେ।

ପ୍ରୟାଗରାଜରେ ୧୦ ବର୍ଷର ବାଳିକାକୁ ଡିଜିଟାଲ୍ ଦୁଷ୍କର୍ମ ଓ ନିର୍ମମ ଭାବେ ପିଟିବା ମାମଲା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଏକ ଅନାଥ ଆଶ୍ରମରୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ଏହି ବାଳିକାକୁ ଜଣେ ମହିଳା କ୍ରମାଗତ ଭାବରେ ନିର୍ଯାତନା ଦେଉଥିଲେ। ଅତ୍ୟଧିକ ମାଡ଼ରେ ଗୁରୁତର ଆହତ ବାଳିକାକୁ ଯେତେବେଳେ ଉକ୍ତ ମହିଳା ହସ୍ପିଟାଲ ନେଇ ପହଞ୍ଚିଥିଲେ, ସେତେବେଳେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।
ହସ୍ପିଟାଲ ପ୍ରଶାସନର ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ବାଳିକାଟିର ଗୁରୁତର ଅବସ୍ଥା ଦେଖି ତାକୁ ଦିଲ୍ଲୀ କିମ୍ବା ଲକ୍ଷ୍ନୌ ସ୍ଥାନାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଏଠି ହସ୍ପିଟାଲରେ ବାଳିକା ଜଣକ ଚିକିତ୍ସିତ ହେଉଛନ୍ତି। ତେବେ ବାଳିକାର ଯେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିଲା, ତ ମହିଳା ଜଣକ ହସ୍ପିଟାଲରୁ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଧରି ପକାଇଥିଲେ ଏବଂ ଘଟଣା ସମ୍ପର୍କରେ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ।
ପୋଲିସ କହିଛି ଯେ ବିହାର ବାସିନ୍ଦା ଶିକ୍ଷକ ଅରୁଣ ସିହ୍ନା ଓ ତାଙ୍କ ପତ୍ନୀ ପ୍ରୀତମନଗରର ଏକ ଆପାର୍ଟମେଣ୍ଟରେ ରୁହନ୍ତି। ଉଭୟ ଲକ୍ଷ୍ନୌରୁ ବର୍ଷେ ତଳେ ଏକ ଝିଅକୁ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ। କିନ୍ତୁ ସେମାନେ ତାକୁ ଘରର ସହାୟିକା ରୂପେ ବିଭିନ୍ନ କାମରେ ଲଗାଇଥିଲେ।
ଝିଅଟି ସହିତ ନିର୍ଯାତନା ସୀମା ଟପି ଯାଇଥିଲା। ତାକୁ ତତଲା ଆଇରନ୍ରେ ଚେଙ୍କ ଦିଆଯାଉଥିଲା। ଏପରି କି, ଦମ୍ପତି ତାକୁ ଦାନ୍ତରେ କାମୁଡ଼ି ଲହୁଲୁହାଣ ମଧ୍ୟ କରି ପକାଇଥିଲେ। ଚିକିତ୍ସା ସମୟରେ ଝିଅଟିର ଅବସ୍ଥା ଦେଖି ଡାକ୍ତର ପୋଲିସକୁ ଡକାଇଥିଲେ। ଏହି ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି।