ନୂଆଦିଲ୍ଲୀ (କେନ୍ୟୁଜ୍) : ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ବଡ କୁଟନୈତିକ ସଫଳତା। ୨୦୨୨ରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଦେଶକୁ ନେଇ ଗଠିତ ଜି-୨୦ର ଆୟୋଜନ କରିବ ଭାରତ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ଏହି ସୁଯୋଗ ମିଳିବ। ଏନେଇ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଥିବା ଭାରତକୁ ବିଶ୍ୱର ଶକ୍ତିଶାଳୀ ନେତାମାନେ ଆସନ୍ତୁ ମୋଦି କହିଛନ୍ତି।
୨୦୨୨ରେ ଇଟାଲିରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାର ଥିଲା। କିନ୍ତୁ ଆର୍ଜେଣ୍ଟିନାରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୧ରେ ଇଟାଲୀକୁ ଏବଂ ୨୦୨୨ରେ ଭାରତକୁ ଜି-୨୦ ସମ୍ମିଳନୀର ଆୟୋଜନ କରିବାକୁ ସୁଯୋଗ ମିଳୁ। ମୋଦିଙ୍କ ଏହି ପ୍ରସ୍ତାବକୁ ଇଟାଲି ସମେତ ବିଭିନ୍ନ ଦେଶ ପକ୍ଷରୁ ସମ୍ମତି ଜଣାଯାଇଥିଲା।