ନିର୍ବନ୍ଧ ପରେ ଯୁବତୀଙ୍କୁ ପଠାଇ ପାରିବେ ଅଶ୍ଲୀଳ ମେସେଜ, ଏପରି ମାମଲାରେ କୋର୍ଟ ଅଭିଯୁକ୍ତକୁ କଲେ ଖଲାସ

ମୁମ୍ବାଇ : ଆଜିକାଲି ମେସେଜରୁ ସମ୍ପର୍କ, ଆଉ ସମ୍ପର୍କରୁ ସେକ୍ସ । ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ କେବଳ କଥା ଦିଆ ନିଆରେ ହୋଇଯାଏ ଦେହର ମିଳନ । ଆଉ ଯଦି ଏହି ସମ୍ପର୍କ ସବୁଦିନିଆ ନହେଲା ତେବେ ଏହା ହେଲା ଧୋକ୍କା ବା ରେପ୍‌ । ଏପରି ଏକ ମାମଲାର ବିଚାର କରି ମୁମ୍ବାଇର ଏକ ଅଦାଲତ ଜଣେ ଅଭିଯୁକ୍ତକୁ ଖଲାସ କରିଛନ୍ତି । 

ମୁମ୍ବାଇର ଏକ ଅଦାଲତ ଜଣେ ବ୍ୟକ୍ତିକୁ ବିବାହ ପାଇଁ କଥା ଦେଇ ରେପ କରିଥିବା ମାମଲାରେ ଜଣେ ଅଭିଯୁକ୍ତକୁ ଖଲାସ କରିଦେଇଛନ୍ତି । କୋର୍ଟ ଅଭିଯୁକ୍ତକୁ ଏହା କହି ମୁକ୍ତ କଲେ ଯେ ବିବାହ ପୂର୍ବରୁ ନିର୍ବନ୍ଧ ହୋଇଥିବା ଯୁବତୀଙ୍କୁ ଅଶ୍ଲୀଳ ମେସେଜ ପଠାଇବା ଦ୍ୱାରା ବ୍ୟକ୍ତି କାହାର ଗାରିମାକୁ ନଷ୍ଟ କରି ନାହାଁନ୍ତି । ବରଂ ଏପରି ମେସେଜ ଜଣେ ଅନ୍ୟଜଣଙ୍କୁ ବୁଝିବା ଓ ଭାବନାର ସମ୍ମାନ କରିବା ଉଚିତ୍‌ ।

ସୂଚନା ଅନୁଯାୟୀ, ଜଣେ ୩୬ ବର୍ଷ ବୟସ୍କାଙ୍କୁ ୧୧ ବର୍ଷ ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଥିବା ପ୍ରେମିକ ଦୁଷ୍ମର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ବିଚାର କରି କୋର୍ଟ କହିଲେ ଯେ ଯଦି କେହି କାହାକୁ ପସନ୍ଦ ନକରେ ତେବେ ଏହା ତାଙ୍କର ଅଧିକାର ଯେ ସେ ତାଙ୍କ ନାପସନ୍ଦ ଅନ୍ୟକୁ ଜଣାଇବା । ଏବଂ ଅନ୍ୟ ପକ୍ଷ ଏପରି ଭୂଲ କରିବାରୁ ନିବୃତ ରହିବା ଦରକାର ।

କୋର୍ଟ ଆହୁରି କହିଲେ, ‘‘ଭାବି ପତି ବା ନିର୍ବନ୍ଧ ପରେ ପ୍ରେମିକ ତାର ଭାବି ପତ୍ନୀକୁ ସେକ୍ସ ଉଦ୍ଦେଶ୍ୟରେ କହି ପାରିବ ତେବେ ଭାବି ପତ୍ନୀ ଏଥିରେ ଖୁସି ନହୋଇ ପାରେ । ଏହାର ଅର୍ଥ ନୁହେଁ ଯେ ଏପରି ଅଶ୍ଲୀଳ ମେସେଜ ବିବାହ କରିବାକୁ ଯାଉଥିବା ଯୁବତୀଙ୍କୁ ପଠାଇବା ଯୁବତୀଙ୍କ ଗାରିମାକୁ ଆଘାତ ଦେବା ।’’

ମିଳିଥିବା ଖବର ଅନୁଯାୟୀ, ମହିଳା ୨୦୧୦ ମସିହାରେ ଉକ୍ତ ଯୁବକଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ ୨୦୦୭ ମସିହାରେ ଉଭୟଙ୍କ ସମ୍ପର୍କ ଏକ ବିବାହ େଓ୍ଵବସାଇଟରୁ ହୋଇଥିଲା । ହେଲେ ଯୁବକଙ୍କ ମା’ ଏହି ବିବାହକୁ ବିରୋଧ କରୁଥିଲେ । ଯେଉଁଥିପାଇଁ ଯୁବକ ୨୦୧୦ ରେ ଯୁବତୀଙ୍କ ସହ ବ୍ରେକ ଅପ୍‌ କରିଦେଇଥିଲେ । ତେଣୁ କୋର୍ଟ ଏ ସମ୍ପର୍କରେ ତାଙ୍କର ରାୟ ଶୁଣାଇଥିଲେ ଯେ ବିବାହ ପାଇଁ କଥା ଦେଇ ମନା କରିବାକୁ ଧୋକା ବା ରେପ(ଦୁଷ୍କର୍ମ) କୁହାଯାଇ ପାରିବନି ।

କୋର୍ଟ ଆହୁରି କହିଛନ୍ତି ଯେ ଯୁବକ ଏକ ଆର୍ଯ୍ୟ ସମାଜ ମନ୍ଦିରକୁ ମଙ୍ଗଳ ସୂତ୍ର ସହ ଯାଇଥିଲେ । ହେଲେ ଏହି ସମ୍ପର୍କକୁ ତାଙ୍କର ମା’ଙ୍କର ମଞ୍ଜୁରୀ ନମିଳିବାରୁ ସେ ଯୁବତୀଙ୍କ ସହ ସବୁ ସମ୍ପର୍କ ଛନ୍ନ କରିଥିଲେ । ଯୁବକ ନିଜର ମା’ଙ୍କ ଇଚ୍ଛା ମାନିବାକୁ ଯାଇ ସମସ୍ୟାର ସାମ୍ନା କରିବା ପରିବର୍ତ୍ତେ ବିବାହରୁ ଓହରି ଯାଇଥିଲେ । ଏହା ବିବାହ ପାଇଁ ମିଛ ପ୍ରତିଶୃତି ଦେବା ମାମଲା ନୁହେଁ । ଏହି ମାମଲା ଚେଷ୍ଟାକୁ ଠିକ ଢ଼ଙ୍ଗରେ ନ କରିବାର କଥା । ତେଣୁ କୋର୍ଟ ଯୁବତୀଙ୍କ ମାମଲାର ବିଚାର କରି ଉକ୍ତ ଅଭିଯୁକ୍ତକୁ ଖଲାସ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.