ବାୟୋଲୋଜି ଶିକ୍ଷକଙ୍କ ଅଶ୍ଳୀଳ ହରକତ! ଛାତ୍ରୀମାନଙ୍କୁ ଲ୍ୟାବ୍‌ କ୍ଲାସ୍‌ରେ ଦେଖାଉ ଥିଲେ ପର୍ଣ୍ଣ ଭିଡିଓ ଏବଂ ଫଟୋ

ମଧ୍ୟ ପ୍ରଦେଶର ଗୁନାରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ଜଣେ ଶିକ୍ଷକଙ୍କୁ ପୋଲିସ ଗିରଫ କରି ନେଇଛି। ସହରର ମଡେଲ ସ୍କୁଲର ବାୟୋଲୋଜି ଶିକ୍ଷକ ପ୍ରଦୀପ ସୋଲଙ୍କିଙ୍କ ବିରୋଧରେ ଛାତ୍ରୀମାନେ ଗୁରୁତର ଅଭିଯୋଗ ଆଣିଥିଲେ। ବୁଧବାର ରାତିରେ ଛାତ୍ରୀମାନେ କ୍ୟାଣ୍ଟ ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ। ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି, ଶିକ୍ଷକ ପ୍ରଦୀପ ସୋଲଙ୍କି ଲାବୋରେଟୋରୀରେ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଦେଖାଉଥିଲେ। ବାୟୋଲୋଜିରେ ବାରମ୍ବାର ରିପ୍ରଡକ୍ସନ (ପ୍ରଜନନ) ଅଧ୍ୟାୟ ପଢ଼ାଉଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ପୋକ୍‌ସୋ ଅଧିନିୟମ ଅନୁସାରେ ମାମଲା ରୁଜୁ କରିଥିଲା। ଏବେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି।

ଛାତ୍ରୀମାନେ ଶିକ୍ଷକ ପ୍ରଦୀପ ସୋଲଙ୍କିଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଛାତ୍ରୀମାନଙ୍କର କହିବା କଥା ହେଉଛି ଯେ ପ୍ରଦୀପ ସୋଲଙ୍କି ବାୟୋଲୋଜିରେ ବାରମ୍ବାର ରିପ୍ରଡକ୍ସନ ଅଧ୍ୟାୟ ପଢ଼ାଉଥିଲେ। ଏହି ଅଧ୍ୟାୟ ପଢ଼ାଇବା ସମୟରେ ଛାତ୍ରମାନଙ୍କୁ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଉଥିଲେ। ଯେତେବେଳେ ଛାତ୍ରୀମାନେ ଏହା କରିବାକୁ ମନା କରୁଥିଲେ, ତ ଶିକ୍ଷକ କହୁଥିଲେ କି, ଏହା ଭବିଷ୍ୟତରେ ସେମାନଙ୍କ କାମରେ ଆସିବ। ଏବେ ଛାତ୍ରୀମାନେ ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି।

କ୍ଲାସରେ କମ୍, ଲ୍ୟାବରେ ଅଧିକ ସମୟ ପଢ଼ାଉଥିଲେ ଶିକ୍ଷକ

ନିଜ ଅଭିଯୋଗରେ ଜଣେ ଛାତ୍ରୀ କହିଛନ୍ତି ଯେ ଶିକ୍ଷକ ପ୍ରଦୀପ ସୋଲଙ୍କି କ୍ଲାସ ପରିବର୍ତ୍ତେ ବାୟୋଲୋଜି ଲ୍ୟାବରେ ହିଁ ଅଧିକ ସମୟ କ୍ଲାସ ନେଉଥିଲେ। ଦିନେ ସେ ଯେତେବେଳେ ନିଜର ଜଣେ ସାଙ୍ଗ ସହିତ ପ୍ରାକ୍ଟିକାଲର କପି ଆଣିବାକୁ ଯାଇଥିଲେ, ତ ସେତେବେଳେ ଶିକ୍ଷକ ଜଣକ ତାଙ୍କ ସହିତ ଜୋର୍‌ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ। କୌଣସି ପ୍ରକାରେ ସେ ସେଠାରୁ ଖସି ପଳାଇ ଆସିଥିଲେ। ଛାତ୍ରୀମାନେ କହିଥିଲେ, ଆମେ ଅଭିଯୋଗ କରିବା କଥା ଶିକ୍ଷକଙ୍କୁ କହିଲେ ସେ ଆମକୁ କୁହନ୍ତି କି, ସେ ସ୍କୁଲର ପ୍ରିନ୍ସିପାଲ ହେବାକୁ ଯାଉଛନ୍ତି। ତାଙ୍କର କେହି କିଛି ବିଗାଡ଼ି ପାରିବେ ନାହିଁ।

ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି

DEO ଚନ୍ଦ୍ରଶେଖର ସିସୋଦିୟା ଶିକ୍ଷକଙ୍କ ଉପରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପାଇଁ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଏବଂ ପୋକ୍‌ସୋ ଅଧିନିୟମର ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଖୁବ୍ ଶୀଘ୍ର ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

Leave A Reply

Your email address will not be published.