ଉଇଗର ମୁସଲମାନଙ୍କୁ ଏପରି ଅକଥନୀୟ ଯନ୍ତ୍ରଣା ଦେଉଛି ଚୀନ୍, ଭାଇରାଲ ହେଉଛି ଭିଡିଓ
ଚୀନ୍ରେ ଉଇଗର ମୁସଲମାନ୍ଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ଏବେ ସବୁ ଦେଶର ନଜର ଚୀନ୍ ଉପରେ। ଚୀନ୍ ଉଇଗର ମୁସଲମାନ୍କୁ ଭଲ ବ୍ୟବହାର କରୁନଥିବା ନେଇ କିଛି ପଡ଼ୋଶୀ ଦେଶ ମଧ୍ୟ ଅଭିଯୋଗ କରିଛନ୍ତି। ସୋସିଆଲ୍ ମିଡିଆରେ ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ଓ ଉଇଗର ମୁସଲିମ୍ ସଦସ୍ୟ ଏନେଇ ଆଲୋଚନା କରିଥିବା ଜଣାଯାଇଛି।
BREAKING! New leaked video shows up to 600 #Uyghur Muslim concentration camp detainees being moved shackled together, handcuffed, blindfolded and with their heads shaved. #Uyghurs #China #EastTurkestan #Xinjiang pic.twitter.com/dTx2y5sFzx
— DOAM (@doamuslims) September 21, 2019
ଭାଇରାଲ୍ ହୋଇଥିବା ଭିଡିଓରେ ଶତାଧିକ ଉଇଗର ମୁସଲିମ୍ଙ୍କୁ ଚୀନ୍ର ପୁଲିସକର୍ମୀମାନେ ନଜରବନ୍ଦୀ କରିଥିବା ଦେଖିବାକୁ ମିଳିଛି। ଏହି ଲୋକଙ୍କ ହାତ ବନ୍ଧାଯାଇଥିବା ବେଳେ ଆଖିରେ କଳାପଟି ବନ୍ଧାଯାଇଛି। ଏକ ୱେବ୍ସାଇଟ୍ର ସୂଚନା ମୁତାବକ, ଉତ୍ତର ପଶ୍ଚିମ କ୍ଷେତ୍ରରେ ଏକ ଟ୍ରେନ୍ ଷ୍ଟେସନ୍ରେ ବହୁ ସଂଖ୍ୟାରେ ଅପରାଧୀଙ୍କୁ ସ୍ଥାନାନ୍ତର କରିବା ଅବସରରେ ସମସ୍ତଙ୍କ ଚୁଟି ଓ ଦାଢ଼ି ମଧ୍ୟ କଟାଯାଇଛି।
ଏହାସହ ପଢ଼ନ୍ତୁ: ଅଲ୍କାଏଦାର ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ,ମିଳିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ରିପୋର୍ଟ ଅନୁସାରେ, ଏହି ଭିଡିଓକୁ ଗତ ସପ୍ତାହରେ ଓ୍ଵାର ଆଣ୍ଡ ଫିଅର ନାମକ ଏକ ଅଜଣା ୟୁଟ୍ୟୁବ୍ ଚ୍ୟାନେଲ୍ ସେୟାର କରିଥିଲା। ପରେ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ନାମ ଜଣାପଡ଼ିଥିଲା। ତାଙ୍କ ନାଁ ନାଥନ୍ ୟୁସର ବୋଲି ଜଣାପଡ଼ିଛି। ସେ ଅଷ୍ଟ୍ରେଲିଆନ୍ ଷ୍ଟ୍ରାର୍ଟାଜିକ୍ ପଲିସି ଇନ୍ଷ୍ଟିଚ୍ୟୁଟ୍ରେ ସାଟେଲାଇଟ୍ ବିଶ୍ଳେଷକ ଭାବେ କାର୍ଯ୍ୟ କରନ୍ତି। ଏହି ଭିଡିଓ ୨୦୧୮ ମସିହାର ବୋଲି ସେ କହିଛନ୍ତି। ସଂଯୁକ୍ତରାଷ୍ଟ୍ର ମଧ୍ୟ ଏହି ଭାଇରାଲ ଭିଡ଼ିଓକୁ ନେଇ ଚିନ୍ତାବ୍ୟକ୍ତ କରିଛି। ତେବେ ଏନେଇ ଚୀନ୍ କିମ୍ବା ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।