ଥାନା ଭିତରେ ଅଭିଯୁକ୍ତକୁ ମାଡ଼ ମାରି ନିଲମ୍ବିତ ହେଲେ ଆଇଏଏସ୍ ଅଧିକାରୀ, କାରଣ କଣ ଥିଲା ଜାଣନ୍ତୁ

ନୂଆଦିଲ୍ଲୀ : ଥାନା ଭିତରେ ଅଭିଯୁକ୍ତଙ୍କୁ ମାଡ଼ ମାରିଲେ ଆଇଏଏସ୍ ଅଧିକାରୀ । ଭିଡିଓ ଭାଇରାଲ ହେଲା । ତା ପରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ବା ଜିଲ୍ଲା ଅଧିକାରୀ ନିଲମ୍ବିତ । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଆଲିପୁରଦୁଆର ଅଞ୍ଚଳରେ । ଆଲିପୁରଦୁଆର ଜିଲ୍ଲା ଅଧିକାରୀ ନିଖିଲ ନିର୍ମଲ ଫଲକାଟା ପୋଲିସ୍ ଷ୍ଟେସନ୍ ଭିତରେ ଜଣେ ଯୁବକକୁ ନିସ୍ତୁକ ମାଡ଼ ମାରିଥିଲେ ।
ଘଟଣା ପଛର କାରଣ
ଘଟଣା ଥିଲା ଏହିପରି । ଜିଲ୍ଲା ଅଧିକାରୀ ନିଖିଲ ନିର୍ମଳଙ୍କ ପତ୍ନୀଙ୍କୁ ଜଣେ ଯୁବକ ଫେସ୍ବୁକ୍ରେ ଅସୌଜନ୍ୟ କମଣ୍ଟେ ଦେଇଥିଲେ । ଏହାପରେ ଯୁବକକୁ ଥାନାକୁ ଡକା ଯାଇଥିଲା । ସେଠାରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ପୋଲିସ୍ ଅଧିକାରୀଙ୍କ ସାମନାରେ ତାକୁ ଖୁବ୍ ପିଟିଥିଲେ । ‘ମୋ ଜିଲ୍ଲାରେ ମୋ ବିରୁଦ୍ଧରେ କେହି ବି କହି ପାରିବେ ନାହିଁ । ତୋ ଘରେ ପଶି ତତେ ଜୀବନରୁ ମାରିଦେବି’ ବୋଲି ଧମକ ମଧ୍ୟ ଦେଇଥିଲେ । ଗତ ରବିବାର ଦିନ ଘଟିଥିବା ଏହି ଘଟଣାର ଭିଡିଓ କୌଣସି ପ୍ରକାରେ ଭାଇରାଲ ହୋଇଗଲା ଏବଂ ଜିଲ୍ଲା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ଅଭିଯୁକ୍ତର ବୟାନ୍
ଅନ୍ୟପକ୍ଷରେ ଅଭିଯୁକ୍ତ ବିନୋଦ ସରକାର କହିଛି ଯେ ସେ ଡିଏମ୍ଙ୍କ ପତ୍ନୀ ନନ୍ଦିନୀ କ୍ରିଷ୍ଣନ୍ଙ୍କ ଫେସ୍ବୁକ୍ ଫ୍ରେଣ୍ଡ ଥିଲା । ସେମାନେ ଆଗରୁ ଚାଟିଂ କରନ୍ତି । ତେବେ ଗତ ଶନିବାର ଦିନ କୌଣସି ଏକ କଥାକୁ ନେଇ ନନ୍ଦିନୀ ରାଗିଯିବା ପରେ ତାଙ୍କୁ ଏକ ଗ୍ରୁପ୍ରେ ଆଡ୍ କରି ଦେଇଥିଲେ । ଏହା ପରେ ନନ୍ଦିନୀ ଓ ସେହି ଗ୍ରୁପ୍ରେ ଥିବା ଅନ୍ୟମାନେ ତାଙ୍କୁ ଭୀଷଣ ଗାଳିଗୁଲଜ କରିଥିଲେ । ଯାହାର ଉତ୍ତରରେ ବିନୋଦ ମଧ୍ୟ ଗାଳି ଦେଇଥିଲେ । ଏହାପରେ ତାଙ୍କୁ ଥାନାକୁ ଡକା ଯାଇଥିଲା ବୋଲି ସେ ପୋଲିସ୍କୁ କହିଛନ୍ତି । ସେପଟେ ନିର୍ମଲ ନିଜ ପତ୍ନୀ ନନ୍ଦିନୀଙ୍କ ସହିତ ଥାନାରେ ପହଞ୍ଚି ବିନୋଦକୁ ମାଡ଼ ମାରିଥିଲେ ।
‘ମୋ ସ୍ୱାମୀ ଯାହା କରିଛନ୍ତି ଏକଦମ୍ ଠିକ୍ କରିଛନ୍ତି’
ପୂରା ଘଟଣାକୁ ଜିଲ୍ଲା ଅଧିକାରୀଙ୍କ ପତ୍ନୀ ନନ୍ଦିନୀ ମଧ୍ୟ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ବିନୋଦ ତାଙ୍କୁ ବାଜେ କମଣ୍ଟେ ଦେବା ପରେ ହିଁ ଘଟଣା ଭିନ୍ନ ମୋଡ଼ ନେଇଥିଲା । ତାଙ୍କ ସ୍ୱାମୀ ଥାନା ଭିତରେ ବିନୋଦକୁ ମାଡ଼ ମାରିଥିବା କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ଖୁବ୍ ରାଗି ଯାଇ ନନ୍ଦିନୀ ଆହୁରି କହିଛନ୍ତି ଯେ ତାକୁ ଖାଲି ମୋ ସ୍ୱାମୀ ଚାପୁଡ଼ା ମାରିଛନ୍ତି, ସେ ଯେଭଳି କାମ କରିଛି ତାକୁ ଜୀବନରୁ ମରିଦେବା କଥା ।

ବାହାଘର ବେଳେ ମୋର ସୁରକ୍ଷା ଦାୟିତ୍ୱ ନେବେ ବୋଲି ସ୍ୱାମୀ ଶପଥ ନେଇଥିଲେ । ତେଣୁ ସେ ଠିକ୍ କରିଛନ୍ତି । ତାଙ୍କ ପାଇଁ ମୁଁ ଗର୍ବିତ ।
ତେବେ ଜଣେ ଆଇଏଏସ୍ ଅଫିସରଙ୍କ ଏଭଳି କାର୍ଯ୍ୟକୁ କିଛି ସଂଗଠନ ବିରୋଧ କରି କେନ୍ଦ୍ର ମାନବାଧିକାର କମିଶନ୍ଙ୍କ ନିକଟରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବିରୋଧୀ ଦଳ ତାଙ୍କର ଗିରଫଦାରୀ ଦାବି କରିଛନ୍ତି । ଏବେ ଏହି ଘଟଣା ଖାଲି ପଶ୍ଚିମବଙ୍ଗ ନୁହେଁ, ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।
ନିର୍ମଳ ହେଉଛନ୍ତି ୨୦୧୧ ବ୍ୟାଚ୍ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ଅଧିକାରୀ । ତାଙ୍କ ଘର କେରଳରେ । ରାଜ୍ୟ ସରକାର ତାଙ୍କୁ ୧୦ ଦିନ ଛୁଟିରେ ପଠାଇବା ସହିତ ନୂଆ ତାଙ୍କ ଜାଗାରେ ଡିଏମ୍ଙ୍କୁ ନିଯୁକ୍ତି ଦେଇଛନ୍ତି ।
ଦେଖନ୍ତୁ ଭିଡିଓ…
#WestBengal: The District Magistrate (DM) of Alipurduar, Nikhil Nirmal, has been suspended for allegedly beating a youth inside the Falakata Police Station.
Click to read the full story: https://t.co/fYf5XiT4I9#EastStory#NorthEastIndia pic.twitter.com/ZEhVruq4mT— EastMojo (@EastMojo) 7 January 2019
WATCH: Viral video shows how #IAS officer & #WestBengal‘s #Alipurduar #DM #NikhilNirmal & his wife beat up a youth at a police station for allegedly posting obscene social media comments about DM’s wife. #IBNS #Kolkata @indiablooms
Full video on #Youtube: https://t.co/tUeUy9lls9 pic.twitter.com/lMCWsKGRsP— Deepayan Sinha (@sdeepayan) 6 January 2019