୩୦ ଜୁନ ପର୍ଯ୍ୟନ୍ତ କୌଣସି ବି ସାମୂହିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ : ଯୋଗୀ ଆଦିତ୍ୟନାଥ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଉତ୍ତରପ୍ରଦେଶରେ ମଧ୍ୟ ଏହା କମିବାର ନା ଧରୁନାହିଁ । ସେଥିପାଇଁ ଯୋଗୀ ସରକାର ଭିନ୍ନ ଭିନ୍ନ ନିଷ୍ପତ୍ତି ନେବାରେ ଲାଗିଛନ୍ତି । କରୋନା ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଓ କଟକଣା ଗ୍ରହଣ କରୁଛନ୍ତି । ଏହା ସତ୍ତ୍ୱେ ବି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଉତ୍ତରପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଜୁନ ୩୦ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାରର ଭିଡ ଏକତ୍ରିତ ନ ହେବା ଉପରେ କଟକଣା ଲଗାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

11

ସୂଚନା ମୁତାବକ, ମେ ୩ ତାରିଖରେ ଉତ୍ତରପ୍ରଦେଶରେ ଲକଡାଉନ ଶେଷ ହେବାକୁ ଥିବା ବେଳେ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଲକଡାଉନ ଖୋଲିଲେ ମଧ୍ୟ ଲୋକମାନେ ପରସ୍ପର ମଧ୍‍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବେ । ଏଥିପାଇଁ କୌଣସି ସ୍ଥାନରେ ଯେପରି ଭିଡ ଜମା ନୁହୁଏ ସେଥିପ୍ରତି ଅଧିକାରୀମାନେ ସଜାଗ ରହିବେ । ଏହାଦ୍ୱାରା କରୋନା ବ୍ୟାପିବାରୁ ରୋକାଯାଇପାରିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.