ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ଯାଞ୍ଚ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

କରୋନା ଭ୍ୟାକସିନ ନେବା ପରେ କିଛି ଜଣଙ୍କ ମଧ୍ୟରେ ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଜଣଙ୍କୁ ଜ୍ୱର ହେବାସହ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଉଛି । ତେଣୁ ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖି ଅନେକ ଭୟ କରୁଛନ୍ତି । ମନରେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଭ୍ୟାକସିନ ନେଉଥିବା ଲୋକଙ୍କ ପାଶ୍ୱର୍ପ୍ରତିକ୍ରିୟାକୁ ନେଇ ଉପଦେଶ ଜାରି କରାଯାଇଛି । ଏଥିରେ ଲୋକମାନଙ୍କୁ ଭ୍ୟାକସିନ ନେବାର ୨୦ ଦନି ଭିତରେ ଥ୍ରାମ୍ବୋସିସ୍ ବା ବ୍ଲଡ ଫ୍ଲୋଟସ୍ ଜନିତ ଲକ୍ଷଣ ଦେଖାଯିବାର ସମ୍ଭବନା ରହିଛି ।

ଭ୍ୟାକସିନ ନେବା ପରେ ଯଦି ଆପଣଙ୍କ ପାଖେ ମୁଣ୍ଡ ବିନ୍ଧା, ଛାତିପୋଡା, ଶରୀରରେ ଦାଗ, ବାନ୍ତି, ପେଟ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ଭଳି ଗମ୍ଭୀର ସମସ୍ୟା ଦେଖାଯାଏ ତେବେ ଭ୍ୟାକସିନ ସେଣ୍ଟରରେ ନିଶ୍ଚୟ ରିପୋର୍ଟ ଦିଅନ୍ତୁ ।

ଏହା ବ୍ୟତିତ ଇଞ୍ଜେକସନ ସାଇଟ ବ୍ୟତିତ ଯଦି ଶରୀରର ଅନ୍ୟ କୌଣସି ସ୍ଥାନରେ ନାଲି ରଙ୍ଗ ଦେଖାଯାଉଛି ତାହେଲେ ସଚେତନ ରୁହନ୍ତୁ । ମାଇଗ୍ରେନ ସମସ୍ୟ ନଥାଇ ଯଦି ଆପଣ ମୁଣ୍ଡ ବିନ୍ଧା ଭଳି ସମସ୍ୟାର ସମ୍ମଖିନ ହେଉଛନ୍ତି ତେବେ ତୁରନ୍ତ ନିଜର ରିପୋର୍ଟ ଭ୍ୟକସିନ ସେଣ୍ଟରରେ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.