ଅକ୍ସିଜେନ ଓ ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିବା ପାଇଁ ଭାଇରାଲ ହେଉଥିବା ମେଡିିସିନକୁ ଖାଆନ୍ତୁ ନାହିଁ : ଆଇଆଇଟି

କରୋନା ସଂକ୍ରମଣରେ ସୋସିଆଲ ମିଡିଆରେ ହୋମିଓପାଥିକୁ ନେଇ ଅନେକ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଭିନ୍ନ ମାଧ୍ୟମରେ ଶରୀରରେ ଇମ୍ୟୁନିଟି ଓ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବା ପାଇଁ କୁହାଯାଉଛି । ସାଧାରଣତଃ ଏହି ଔଷଧରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ନାହିଁ । କିନ୍ତୁ ଆଇଆଇଟିର ବରିଷ୍ଠ ହୋମିଓପାଥି ବିଶେଷଜ୍ଞ ଡା.ସନ୍ଦିପ କୁମାର ମିଶ୍ର ଏହାକୁ ଶରୀରପାଇଁ କ୍ଷତିକାରକ କହିଛନ୍ତି । ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ ବୋଲି କହିଛନ୍ତି ।

ଡା.ସନ୍ଦିପ କୁମାର ମିଶ୍ର ସୋସିଆଲ ମିଡିଆ ସହିତ ୱେବିନାର ମାଧ୍ୟମରେ ଏଥିପାଇଁ ଲୋକଙ୍କୁ ସତର୍କ କରିଛନ୍ତି । ମହାମାରୀର ଏଭଳି ପରିସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ସହିତ ନିଜକୁ ସୁସ୍ଥ ରଖିବା ସହ ଉତ୍ତମ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ମନ ଇଚ୍ଛା କିଛି ବି ମେଡିସିନ ଖାଇବାକୁ  ମନା କରିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଡାକ୍ତରଙ୍କ ପ୍ରେସକିପସନ ଭାଇରାଲ ହେଉଛି । ଏହି ପୋଷ୍ଟରେ ଅକ୍ସିଜେନ ସ୍ତରକୁ କିଭଳି ନିୟନ୍ତ୍ରିତ ରଖାଯାଇପାରିବ ସେଥିପାଇଁ ଔଷଧ ମଧ୍ୟ କୁହାଯାଉଛି । ତେବେ ସବୁ ରୋଗୀଙ୍କ ଲକ୍ଷଣ ମଧ୍ୟ ଅଲଗ।। ରହିଥାଏ ଏବଂ ସେଥିାପଇଁ ଔଷଧ ମଧ୍ୟ ଅଲଗା । ତେଣୁ ଏହି ଔଷଧ ସେବନ କରିବା ପୂର୍ବରୁ ହୋମିଓପାଥି ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.