ଦେଶ ବିଦେଶ

ସାବଧାନ! ଅଫିସ୍‌ରେ ବ୍ୟକ୍ତିଗତ କାମ ପାଇଁ ବ୍ୟବହାର କରନ୍ତୁ ନାହିଁ ମୋବାଇଲ୍‌ ଫୋନ; ଚାଲି ଯାଇପାରେ ଚାକିରି…

ଅଫିସ୍‌ରେ ବସି ନିଜ ବ୍ୟକ୍ତିଗତ କାମ କରିବା ଏବେ ଆପଣଙ୍କୁ ଭାରୀ ପଡ଼ିପାରେ। ଏଥିପାଇଁ ଆପଣଙ୍କ ଚାକିରି ବି ଚାଲି ଯାଇପାରେ। ବାସ୍ତବରେ, ତାମିଲନାଡ଼ୁର ଏକ କୋର୍ଟ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଅଫିସ୍‌ କାର୍ଯ୍ୟ ସମୟରେ ନିଜ ବ୍ୟକ୍ତିଗତ କାମ ପାଇଁ ମୋବାଇଲ ଫୋନ ବ୍ୟବହାର କରିବା ଉଚିତ ନୁହେଁ। ଏତିକି ନୁହେଁ, କୋର୍ଟ ଏ ନେଇ ୪ ସପ୍ତାହ ଭିତରେ ନିୟମ କାନୁନ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲା ତାମିଲନାଡ଼ୁ ମଦୁରୈର। ଏଠାରେ ମଦ୍ରାସ୍‌ ହାଇକୋର୍ଟଙ୍କ ବେଞ୍ଚ ଜଣେ ସରକାରୀ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ମହିଳା କର୍ମଚାରୀ ଏହି ପିଟିସନ ଦାଖଲ କରିଥିଲେ। ଏଠାରେ କିଛି କର୍ମଚାରୀଙ୍କୁ ଅଫିସ୍‌ କାମ ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବାର ଦେଖା ଯାଇଥିଲା। ଏହାପରେ ସେହି କର୍ମଚାରୀଙ୍କୁ ବିଭାଗ ନିଲମ୍ବିତ କରି ଦେଇଥିଲା। ଏହା ବିରୋଧରେ ସେମାନେ କୋର୍ଟରେ ପିଟିସନ ଦାଖଲ କରି ଦାବି କରିଥିଲେ କି, ସେମାନଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରି ଦିଆଯାଉ।

ସେପଟେ ପିଟିସନର ଶୁଣାଣି କରିବାକୁ ଯାଇ ଜଷ୍ଟିସ୍‌ ଏସ୍‌ଏମ୍‌ ସୁବ୍ରମଣ୍ୟମ୍‌ ମାମଲାକୁ ବିସ୍ତାର ରୂପେ ଜାଣିବାକୁ ହିଁ ମନା କରି ଦେଇଥିଲେ। ସେ କହିଥିଲେ, ଅଫିସ୍‌ରେ ଏହି ସମସ୍ୟା ଏବେ ସାଧାରଣ ହୋଇ ଗଲାଣି। ସରକାରୀ କର୍ମଚାରୀମାନେ ଅଫିସ୍‌ କାମ ସମୟରେ ବ୍ୟକ୍ତିଗତ କାମ ପାଇଁ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଏହା ଏକ ଭଲ ଚଳଣୀ ନୁହେଁ। ଅନ୍ତତଃ, ସରକାରୀ କର୍ମଚାରୀମାନଙ୍କୁ ଏଥିପାଇଁ ଅନୁମତି ଦେବା ଉଚିତ୍‌ ନୁହେଁ। ଏଥି ସହିତ କୋର୍ଟ ପିଟିସନ ଦାଖଲ କରିଥିବା କର୍ମଚାରୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 min ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

20 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

28 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

45 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago