ଦିନରାତି ରୋଗୀଙ୍କ ସେବା କରି କରି ଚିଡିଗଲେଣି ଡାକ୍ତର ଏବଂ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନାର ଦ୍ରୁତ ସଂକ୍ରମଣ। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମେଡିକାଲରେ କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁନି। ଏଭଳି ପରିସ୍ଥିତିରେ ରାତି ଦିନ ରୋଗୀ ସେବାରେ ଲାଗିଛନ୍ତି ଡାକ୍ତର ଓ ନର୍ସ। ଏହାର ପ୍ରଭାବ ସେମାନଙ୍କ ମନ ଓ ମସ୍ତିଷ୍କରେ ପଡୁଥିବା ଦେଖିବାକୁ ମିଳିଛି।
ଉତ୍ତରପ୍ରଦେଶ ରାମପୁର ଜିଲ୍ଲା ହସ୍ପିଟାଲରେ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଏପରି ହୋଇଥିଲା ଯେ, ନର୍ସ ଓ ଡାକ୍ତର ହାତାହାତି ହେବା ପର୍ଯ୍ୟନ୍ତ କଥା ଚାଲିଯାଇଥିଲା। ପ୍ରଥମେ ନର୍ସ ଡାକ୍ତରଙ୍କୁ ଚାପୁଡା ମାରିଥିଲେ ଓ ଡାକ୍ତର ନର୍ସଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ କିଛି ସମୟ ଯାଏ ହୁହେଁ ଭୀଷଣ ଯୁକ୍ତିତର୍କ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
#WATCH | A doctor and a nurse entered into a brawl at Rampur District Hospital yesterday.
City Magistrate Ramji Mishra says, “I have spoken to both of them. They say they were under stress and overburdened. We will probe this & speak to both of them.”
(Note: Abusive language) pic.twitter.com/XJyoHv4yOh
— ANI UP (@ANINewsUP) April 27, 2021
ମେଡିକାଲରେ ଜଣେ ରୋଗୀଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକ ଡାକ୍ତରଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ମାଗିଥିଲେ। ଡାକ୍ତର ଓ୍ଵାର୍ଡରେ ନିଯୁକ୍ତ ନର୍ସଙ୍କ ଠାରୁ ପ୍ରଥମେ ଲେଖି ଆଣିବାକୁ କହିଥିଲେ। ଶେଷରେ ପରିବାର ଲୋକ ପହଞ୍ଚିଥିଲେ ନର୍ସଙ୍କ ପାଖରେ। ଏଥିରେ ନର୍ସ ରାଗିଯାଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ ଓ ଉଭୟଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଦୁହେଁ ଚାପରେ ଥିଲେ ଓ ଚିନ୍ତାଗ୍ରସ୍ତ ଥିଲେ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ଷ୍ଟେଟ ମାଜିଷ୍ଟ୍ରେଟ ରାମଜି ମିଶ୍ରା।