ଦେଶ ବିଦେଶ

ଡାକ୍ତରଙ୍କ ଉପରେ ବର୍ଷିଲେ ମୃତକଙ୍କ ପରିଜନ, ବିଧା ଗୋଇଠା ଚାପୁଡା ସହ ଝାଡୁରେ ମାଡ

ଏବେ ସୋସିଆଲ ମିଡିଆରେ ଏକ ବର୍ବରତାର ଭିଡିଓ ଭାଇରାଲ ହେଉଛି। ହସପିଟାଲ ଭିତରେ ଚାଲିଛି ଗୁଣ୍ଡାଗିରି। ମେଡିକାଲ ଭିତରେ ହିଁ ଡାକ୍ତରଙ୍କୁ ନିର୍ଦ୍ଧୁମ ମାଡ। ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆଖି ବୁଜା ମାଡ ମାରୁଛନ୍ତି ରୋଗୀଙ୍କ ପରିଜନ। ଏହି ଘଟଣା ଘଟିଛି ଆସାମ୍‌ ଗୌହାଟୀର ହୋଜାଇରେ। ଗୌହାଟୀର ପ୍ରାୟ ୧୪୦ କିମି ଦୂରରେ ଥିବା ଉଦାଲୀ ମଡେଲ ହସପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ଯାହାପରେ ଉତ୍ୟକ୍ତ ହୋଇ ପରିବାର ଏବଂ ସ୍ଥାନୀୟ ଲୋକ ମିଶି ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଧା, ଗୋଇଠା ଏବଂ ଚାପୁଡା ମାରିଥିଲେ। ଲୋକଙ୍କର ରାଗ ଏତେ ଯେ କେବଳ ବିଧା ଚାପୁଡା ଓ ଗୋଇଠାରେ ମନ ବୁଝିନଥିଲା ସଂଘବଦ୍ଧ ହୋଇ ଝାଡୁ ଏବଂ ଥାଳି ଧରି ଆଖିବୁଜା ମାଡ ମାରୁଛନ୍ତି ଡାକ୍ତରଙ୍କୁ। ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨୪ ଜଣଙ୍କୁ ଗିରଫ କରାଯାଇଛି। ଘଟଣା ଦିନ ଡାକ୍ତର ସ୍ୟୁଜ କୁମାର ସେନାପତି ଡ୍ୟୁଟିର ଥିଲେ। ପିପଲ ପୁଖୁରୀ ଗାଁର ଗିଆଜ ଉଦ୍ଦିନ ନାମକ ଜଣେ କରୋନା ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଥିଲେ। ଡାକ୍ତର ଏହି ବିଷୟରେ ପରିବାରଙ୍କୁ ଜଣାଇବା ପରେ ଡାକ୍ତରଙ୍କ ଉପରେ ବର୍ଷିଥିଲେ ସମ୍ପର୍କୀୟ।

ମୃତ ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କୁ ଉତ୍ୟକ୍ତ ହେଉଥିବା ଦେଖି ହସ୍ପିଟାଲର ଅଧିକାଂଶ ଷ୍ଟାଫ୍‌ ଘଟଣାସ୍ଥଳରୁ ଦୌଡି ପଳାଇଲେ। ଡାକ୍ତର ସେନାପତି ଏକ ରୁମରେ ପଶି କବାଟ ବନ୍ଦ କରିଦେଇଥିଲେ କିନ୍ତୁ ଉତ୍ୟକ୍ତ ଲୋକେ କବାଟ ଭାଙ୍ଗି ଡାକ୍ତରଙ୍କୁ ଟଣା ଘୋଷରା କରି ଅସଭ୍ୟ ଭାଷାରେ ଗାଳିଗୁଲଜ୍‌ କରିବା ସହ ମାଡ ମାରିଥିଲେ। ଗୁରୁତର ଡାକ୍ତର ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ଏହି ଘଟଣାକୁ ନେଇ ଡାକ୍ତରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସାମର ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି ସେବାକୁ ବନ୍ଦ କରିଦିଆଯାଇଛି। କେବଳ ଜରୁରୀ କାଳୀନ ସେବା ଓ କୋଭିଡ ଡ୍ୟୁଟି ଜାରି ରହିବ। କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଛନ୍ତି ଡାକ୍ତର।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଫ୍ରଣ୍ଟଲାଇନ୍‌ ଓ୍ଵାରିୟରଙ୍କ ଉପରେ ଏପରି ନିର୍ଯାତନାକୁ ବରଦାସ୍ତ କରାଯିବନାହିଁ। ଖୁବଶୀଘ୍ର ଏ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆସାମ୍‌ ମୁଖ୍ୟମନ୍ତ୍ରୀ।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

10 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

10 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

15 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

37 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

45 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

51 mins ago