ସଂସାର ଉଜାଡିଦେଲା ଢୋକଲା, ବାହାଘରର କିଛି ସମୟ ପୂର୍ବରୁ ଚାଲିଗଲା ଡାକ୍ତରୀ କନ୍ୟାର ଜୀବନ

ଯେଉଁ ଝିଅକୁ ବାପା ହସଖୁସିରେ ଶାଶୁ ଘର ବିଦା କରିଥାନ୍ତା, ଆଜି ସେହି ଝିଅକୁ କୋକେଇରେ ମଶାଣିକୁ ପଠାଉଛି। ଠିକ୍‌ ବାହାଘରଦିନ ଚାଲିଗଲା କନ୍ୟାର ଜୀବନ। ମଧ୍ୟପ୍ରଦେଶର ଛିଦବାଡାରେ ଏକ ଦୁଃଖଦ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରରର ବିବାହର କିଛି ସମୟ ପୂର୍ବରୁ ଦୁଃଖର ପାହାଡ ଖସିପଡିଥିଲା। ବ୍ୟାଣ୍ଡ୍‌ ବାଜା ବାଜିବା ସ୍ଥାନରେ କେବଳ ଶୁଭୁଥିଲା ଚିତ୍କାର ଆଉ କାନ୍ଦଣା। କାରଣ ଏଠାରେ ବାହା ହେବାକୁ ମାତ୍ର କିଛି ଘଟଣା ପୂର୍ବରୁ ଡାକ୍ତର କନ୍ୟାର ମୃତ୍ୟୁଘଟିଥିଲା।

ସୂଚନା ମୁତାବକ, ମଧ୍ୟପ୍ରଦେଶ ଛିଦବାଡାରେ କୋତବାଲି ଥାନାର ମାମଲା ପଶ୍ଚିମ ବୁଧବାରୀ ବଜାରରେ ଏପରି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ରହୁଥିବା ପ୍ରମୋଦ ମହାଦେବରାଓ କାଲେ ନିଜ ଝିଅ ମେଘା କାଲେର ବିବାହ ୨୦ ମଇରେ କରିବାକୁ ଥିଲେ। ଝିଅର ହଲଦୀ ଏବଂ ମେହେନ୍ଦୀ ଉତ୍ସବ ମଧ୍ୟ ସରିଥିଲା। ବିବାହ ପୂର୍ବରୁ ରୀତିନୀତି ଚାଲିଥିଲା। ପରିବାରର ଲୋକେ ସକାଳୁସକାଳୁ ଚା’ ଜଳଖିଆ ମଧ୍ୟ ଖାଇଥିଲେ। ଏହି ସମୟରେ କନ୍ୟା ନିଜ ସାଙ୍ଗମାନଙ୍କ ସହିତ ଢୋକଲା ଖାଉଥିଲେ। ହେଲେ ଢୋକଲା ତଣ୍ଟିରେ ଲାଗିଯିବାର ଅବସ୍ଥା ଗୁରୁତର ହୋଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

marriage

ଝିଅର ବାହାଘର ନେଇ ହସଖୁସି ଥିବା ପରିବାରରେ ଦୁଃଖର ମାହୋଲ ଦେଖାଯାଇଥିଲା। ମେଘା ନିଜେ ନିଜ ମୃତ୍ୟୁ ପ୍ରତି ଅଜଣା ରହିଥିଲେ। ମେଘା ପେଶାରେ ଜଣେ ଡାକ୍ତର। ମେଘା ଏମବିବିଏସ୍‌ ଏବଂ ଏମଡି ଡିଗ୍ରୀ କରିଛନ୍ତି। ଏବେ ମୁମ୍ବାଇରେ ପ୍ରାକ୍ଟିସ କରୁଥିଲେ। କିନ୍ତୁ ବିବାହର କିଛି ଘଣ୍ଟା ପୂର୍ବରୁ ତାଙ୍କ ଜୀବନ ଚାଲିଥିଲା।

ଦୁର୍ଘଟଣା ବିଷୟରେ ବର ପକ୍ଷ ଜାଣିବା ପରେ ବର ପିତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆଉ ବର କନ୍ୟାକୁ ନାଲି ରଙ୍ଗର ଶାଢିରେ ଶୋଇଥିବା ଦେଖି ନିଜକୁ ରୋକିପାରିନଥିଲେ। ସଙ୍ଗେ ସଙ୍ଗେ ଅଚେତ ହୋଇପଡିଲେ ବର ।

Leave A Reply

Your email address will not be published.