ବ୍ରାଜିଲ: ଡାକ୍ତରଙ୍କୁ ଘାରିଲା ୟୁଟ୍ୟୁବ ନିଶା, କହିଲେ, ‘ଚିକିତ୍ସା ଦରକାର ତ ପ୍ରଥମେ ସବସକ୍ରାଇବ କରନ୍ତୁ ମୋ ଚ୍ୟାନେଲ’

ବ୍ରାଜିଲର ଜଣେ ଡାକ୍ତର ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଡାକ୍ତର ଲୋକଙ୍କୁ ମାଗଣାରେ ମେଡିକାଲ ପ୍ରେସ୍କ୍ରିପସନ ଦେଇଥାନ୍ତି। କିନ୍ତୁ ତାଙ୍କର ଏକ ସର୍ତ୍ତ ଅଛି କି, ଯଦି ତାଙ୍କ ସେବା ଦରକାର, ତା’ହେଲେ ପ୍ରଥମେ ତାଙ୍କର ୟୁଟ୍ୟୁବ ଚ୍ୟାନେଲକୁ ସବସକ୍ରାଇବ କରିବାକୁ ପଡ଼ିବ। ଏହି ଡାକ୍ତର କରୋନା ପାଇଁ ବିବାଦୀୟ ଔଷଧ ଉପଲବ୍ଧ କରାଇବାକୁ ନେଇ ମଧ୍ୟ ଆଲୋଚନାର ବିଷୟ ହୋଇଥିଲେ।

ଏକ ରିପୋର୍ଟ ଅନୁସାରେ, ଏହି ଡାକ୍ତରଙ୍କ ନାଁ ଆଲବର୍ଟ ଡିକସନ। ସେ ଜଣେ Ophthalmologist। ନିକଟରେ ଡାକ୍ତରଙ୍କ ଏକ ଭିଡିଓ ଫେସବୁକରେ ଖୁବ ଭାଇରଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ କି, ତାଙ୍କଠାରୁ ଫ୍ରି ପ୍ରେସ୍କ୍ରିପସନ କେମିତି ନିଆଯାଇ ପାରିବ। ଏହି ଡାକ୍ତର ଏକ ରାଜନୈତିକ ଦଳ ସହ ମଧ୍ୟ ଜଡ଼ିତ ଅଛନ୍ତି।

ତେବେ ଡାକ୍ତର ଡିକସନଙ୍କ କହିବା ହେଲା, ଯେଉଁମାନେ ତାଙ୍କ ଚ୍ୟାନେଲ ସବସକ୍ରାଇବ କରୁନାହାନ୍ତି, ସେମାନଙ୍କର ବି ସେ ଚିକିତ୍ସା କରିଥାଆନ୍ତି। ତାଙ୍କର ଚିକିତ୍ସା କରିବାକୁ ସେ ମନା କରି ନ ଥାନ୍ତି। ଫେଡେରାଲ କାଉନସିଲ ଅଫ ମେଡିସିନ, ବ୍ରାଜିଲ ତାଙ୍କୁ କରୋନା ଚିକିତ୍ସା କରିବାକୁ ଅଧିକାର ଦେଇଛି।

ସୂଚନାଥାଉ କି, ୟୁଟ୍ୟୁବର ଏକ ନୂଆ ନିୟମ ଅନୁସାରେ, ଡାକ୍ତର ଡିକସନଙ୍କ ୧୨ଟି ଭିଡିଓକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। କାହିଁକିନା, ଅଭିଯୋଗ ହୋଇଥିଲା କି, ସେ କୋଭିଡକୁ ନେଇ ଭୁଲ ତଥ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.