ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ, ମନା କରିବାରୁ ମିଳିଲା ଏମିତି ଦଣ୍ଡ

ବିହାରର ଗୟାରୁ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ନିଜ ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ କାଟି ଲହୁଲୁହାଣ କରିପକାଇଲା ଡାକ୍ତର ସ୍ବାମୀ। ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ। ମନା କରିବାରୁ ସ୍ତ୍ରୀର ଛାତି ଏବଂ ହାତକୁ ବ୍ଲେଡ୍‌ରେ କାଟି ଗୁରୁତର କରିପକାଇଲା ଅଭିଯୁକ୍ତ।

ଖବର ମୁତାବିକ, ସ୍ବାମୀର ବନ୍ଧୁମାନଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି। ପୀଡ଼ିତାଙ୍କ ଛାତି ଏବଂ ହାତ‌ରେ ଆଘାତହୋଇଥିବା ବେଳେ ତାଙ୍କୁ ନାଳନ୍ଦା ଜିଲ୍ଲା ସହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ନିକଟରେ ଅଭିଯୋଗ କରିଥିବା ମହିଳାଙ୍କର ବିବାହ ୨୦୦୬ରେ ସମ୍ପୃକ୍ତ ଡାକ୍ତର ସହ ହୋଇଥିଲା। ଉଭୟଙ୍କର ୧୩ ବର୍ଷର ଝିଅ ଏବଂ ୧୧ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି ।

ପୂର୍ବରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ବୋଲି ପୀଡ଼ିତା କହିଛନ୍ତି। ତେବେ ଗୟାରେ ଚାକିରୀ ପରଠୁ ତାଙ୍କ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ଏବଂ ସେ ପ୍ରାୟ ସମୟରେ ଘରକୁ ନିଜର ବନ୍ଧୁମାନଙ୍କୁ ଡାକୁଥିଲା । ଏପରିକି ସେମାନଙ୍କ ସହ ବେଡ୍‌ ସେୟାର କରିବାକୁ ସ୍ବାମୀ ବାଧ୍ୟ କରୁଥିବା ନେଇ ମହିଳା ଅଭିଯୋଗ କରିଛନ୍ତି।

ନିଜର ବନ୍ଧୁମାନଙ୍କ ସହ ସ୍ତ୍ରୀର ଆପତ୍ତିଜନକ ଭିଡିଓ ସୁଟ୍‌ କରିବାକୁ ମଧ୍ୟ ଚାହୁଁଥିଲା ଅଭିଯୁକ୍ତ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲା। ଅନ୍ୟପଟେ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.