କୋଲକତା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା, ବ୍ୟାରିକେଡ୍ ଭାଙ୍ଗି ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ ଶତାଧିକ ଲୋକ

ନୂଆଦିଲ୍ଲୀ :  କୋଲକାତା ଆରଜି କର ହସ୍ପିଟାଲରେ ରାତି ଅଧରେ ବ୍ୟାପକ ଭଙ୍ଗାରୁଜା । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲଥିବା ଆନ୍ଦୋଳନ ହଠାତ ରାତି ଅଧରେ ହିଂସାର ରୂପ ନେଇଥିଲା । ରାତି ପ୍ରାୟ ୧୨ଟା ୪୦ ମିନିଟ ସମୟରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ ଶତାଧିକ ଅଜ୍ଞାତ ଲୋକ । ଆରମ୍ଭ କରିଥିଲେ ଭଙ୍ଗା ରୁଜା ଓ ଫିଙ୍ଗା ଫୋପଡ଼ା । ଇମର୍ଜେନ୍ସୀ ୱାର୍ଡକୁ ବି ଛାଡ଼ି ନଥିଲେ ଆକ୍ରମଣକାରୀ । ହସ୍ପିଟାଲର ଅନେକ କିଛି ଭାଙ୍ଗି ଦେଇଛନ୍ତି । ସୋସିଆଲ ମିଡିଆରେ Reclaim the night ନାମରେ ଆରମ୍ଭ ହୋଇଥିବା କ୍ୟାମ୍ପେନ ଏହି ହିଂସା ପଛର କାରଣ ବୋଲି କୁହାଯାଉଛି । ରାତି ପ୍ରାୟ ୧୧ଟା ୫୫ ମିନିଟ ସମୟରେ ସୋସିଆଲ ମିଡିଆ ବିକ୍ଷୋଭକୁ ଇନ୍ଧନ ଦେଇଥିଲା । ରାତି ୧୨ଟା ୪୦ରେ ହସ୍ପିଟାଲରେ ପଶିଥିଲେ ଶତାଧିକ ଉତ୍ତ୍ୟକ୍ତ ଲୋକ ।

ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟିୟର ଗ୍ୟାସ୍ ଓ ଲାଠି ମାଡ଼ କରିଥିଲା ପୋଲିସ । ପାଲଟା ଆକ୍ରମଣ କରିଥିଲେ ବିକ୍ଷୋଭକାରୀ । ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଏକାଧିକ ପୋଲିସ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ହିଂସ୍ର ବିକ୍ଷୋଭକାରୀ । କୋଲକାତା ପୋଲିସ କମିଶନର ଭିନିତ ଗୋୟଲ ରାତି ପ୍ରାୟ ୧ଟା ୨୦ ମିନିଟରେ ପହଞ୍ଚିଥିଲେ ଆରଜି କର ହସ୍ପିଟାଲରେ ପହଞ୍ଚିଥିଲେ। ଗୁଜବ ସୃଷ୍ଟି ନକରିବାକୁ ସେ ସେ ନିବେଦନ କରିଛନ୍ତି । ପ୍ରତିଟି ଅଭିଯୋଗର ଯାଞ୍ଚ ହେଉଛି। ସମସ୍ତଙ୍କୁ ଜଜ ଜଣ କରି ପଚରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର । ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦରେ ସାରା ଦେଶରେ ଆନ୍ଦୋଳନ ଚାଲିଛି । ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନେ ଆନ୍ଦୋଳନକାରୀ ଡାକ୍ତର ନୁହନ୍ତି । ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର। ଅନ୍ୟପଟେ ଏହି ହିଂସା ପଛରେ ଟିଏମସିର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଛି ।

ସେହିପରି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ଆବାସିକ ଡାକ୍ତର ସଂଘ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଜୁନିଅର ଡାକ୍ତର ସଂଘ, ପାଟନା, ଭବୁନେଶ୍ବର, ଋଷିକେଶ, ମଙ୍ଗଳଗିରି ଏମସ ଡାକ୍ତର ସଂଘ, ବେଙ୍ଗାଲୁରୁ ନିମହାନ୍ସ, ପିଜିଆଇ ଚଣ୍ଡୀଗଡ଼, କେଜିଏମୟୁ ଲକ୍ଷ୍ମୌ ଆଦି ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.