ଭୂମିକମ୍ପ ଝଟକା ମଧ୍ୟରେ ଅପରେସନ କରି ଶିଶୁକୁ ଜନ୍ମ କରାଇଲେ ଡାକ୍ତର, ଦେଖନ୍ତୁ ଭିଡିଓ

ଭୂମିକମ୍ପ ଝଟକାରେ ପୃଥିବୀ ଥରୁଥିବା ବେଳେ ଶିଶୁକୁ ଜନ୍ମ କରାଇଲେ ଡାକ୍ତର ।ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଭୂକମ୍ପ ଅନୁଭୂତ ବେଳେ ଜନ୍ମ ନେଲା ଶିଶୁ । ଭିଡିଓ ହେଉଛି ଭାଇରଲ ।

ଭୂମିକମ୍ପ ଝଟକାରେ ଶିଶୁର ଜନ୍ମ କରାଇଛନ୍ତି ଡାକ୍ତର । ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ଶିଶୁ ପ୍ରସବ କରାଇଛନ୍ତି। ପିଲାର ଜନ୍ମ ସିଜେରିଆନ ଅପରେସନ ମାଧ୍ୟମରେ କରାଯାଇଛି। ସୂଚନା ମୁତାବକ, ସବ୍‌ ଡିଷ୍ଟ୍ରିକ୍ଟ ହସପିଟାଲରେ ପିଲାକୁ ଅପରେସନ କରି ଡାକ୍ତର ପ୍ରସବ କରାଇଛନ୍ତି । ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଥରହର ହେଉଥିବା ବେଳେ ଲୋୟର୍-ସେଗମେଣ୍ଟ୍ ସିଜରିଆନ ସେକ୍ସନରେ ଡାକ୍ତରମାନେ ଉକ୍ତ ଶିଶୁଟିକୁ ପ୍ରସବ କରାଇଛନ୍ତି।

ଜିଲ୍ଲାର ଚିଫ୍ ମେଡିକାଲ୍ ଅଫିସର ଟ୍ଵିଟ୍‌ କରି କହିଛନ୍ତି, ଭୂମିକମ୍ପର ଝଟକା ଅନୁଭୂତ ହେଉଥିବା ବେଳେ ଅନନ୍ତନାଗର ବିଜବେହାରା ସବ୍ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଜରୁରୀକାଳୀନ ଲୋୟର ସେଗମେଣ୍ଟ୍ ସିଜରିଆନ୍ ସେକ୍ସନ୍ ଚାଲିଛି। ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ । ଏହାସହିତ ଈଶ୍ୱରଙ୍କୁ ବହୁତ ଧନ୍ୟବାନ । ଏହାସହିତ ସେ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୬ ତୀବ୍ରତାର ଭୂମିକମ୍ପ ହେବା ପରେ ଦିଲ୍ଲୀ, ହରିୟାଣା ସମତେ ଉତ୍ତର ଭାରତରର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାତି ୧୦ଟା ୧୭ ମିନିଟରେ ଝଟକା ଅନୁଭୂତ ହୋଇଥିଲା ।

ଏହାଛଡା ଆଫଗାନିସ୍ତାନ, ପାକିସ୍ତାନ, ତୁର୍କମେନିସ୍ତାନ, କଜାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ଉତ୍ତର ଆଫଗାନିସ୍ତାନର ଫେଜାବାଦର ୧୩୩ କିମି ଦକ୍ଷିଣ ପୂର୍ବରେ ରହିଥିଲା। ପାକିସ୍ତାନରେ ଭୂକମ୍ପରେ ଅତିକମରେ ୧୧ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.