ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି । କିନ୍ତୁ ଏହି ରୋଗକୁ ନେଇ ଏମିତି କିଛି କଥା ଶୁଣିବାକୁ ମିିଳିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବହୁତ ସମୟରେ କିଛି ପୁରୁଷ ଓ ମହିଳାଙ୍କ ପେଟରୁ ବଡ଼ ଆକାରର ଟ୍ୟୁମର, ଷ୍ଟୋନ ବାହାରିଥାଏ । ଡାକ୍ତରମାନେ ସର୍ଜରୀ କରି ତାହାକୁ ବାହାର କରିଥାନ୍ତି । କିନ୍ତୁ ସର୍ଜରୀ ସମୟରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ତ ଅନ୍ୟ କିଛି ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥାଆନ୍ତି । ତେବେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ଜଣେ ମହିଳାଙ୍କ ପେଟରୁ ୧୦୦ କି ୨୦୦ ଗ୍ରାମ ନୁହେଁ, ୨.୫ କେଜିର ଚୁଟି ବାହାରିଛି । ଆଉ ଏହି ଚୁଟି କୁ ଦେଖି ଖାଲି ଡାକ୍ତର ନୁହଁନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛଇ ଏତେଗୁଡ଼େ ଚୁଟି ମହିଳାଙ୍କ ପେଟରୁ କିପରି ଆସିଲା । ମୁଣ୍ଡରେ ରହିବା ଚୁଟି ପେଟ ଭିତର କେମିତି ବା ଥାଇପାରେ । ଏକଥା ଶୁଣି ଆପଣଙ୍କୁ ଝଟ୍କା ଲାଗିଲାନା । କିନ୍ତୁ ଏଭଳି ଘଟଣା ସମ୍ପୂର୍ଣ୍ଣ ସତ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଉତ୍ତରପ୍ରଦେଶର ଚିତ୍ରକୂଟ ଅଞ୍ଚଳରୁ ଆସିଛି । ଜଣେ ମହିଳାଙ୍କୁ ପେଟ ଭିତରୁ ବାହାରିଛି ୨.୫ କେଜିର କେଶ । ଅସ୍ତ୍ରୋପଚାର କରି ଡାକ୍ତର ଏହି କେଶ ବାହାର କରିଛନ୍ତି ।
ତେବେ ଯେତେବେଳେ୨୫ ବର୍ଷୀୟା ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ସେହି ଅବସ୍ଥାରେ ମହିଳା ଜଣକର କେଶ ଖାଇବା ଅଦ୍ଭୁତ ନିଶା ଆରମ୍ଭ ହୋଇଥିଲା । ମହିଳା ଜଣଙ୍କ କେବଳ ନିଜ କେଶ ନୁହେଁ, ବରଂ ତଳେ ପଡ଼ିଥିବା ଅନ୍ୟମାନଙ୍କର କେଶକୁ ମଧ୍ୟ ଖାଇବା ଆରମ୍ଭ କରିଥିଲେ । ଆଉ ସନ୍ତାନ ଜନ୍ମ ପରେ ସେ କେଶ ଖାଇବା ବନ୍ଦ କରିଦେଇଥିଲେ । କିନ୍ତୁ ଏହାପରେ ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ କିଛି ଖାଇପାରି ନଥିଲେ ଓ ବାରମ୍ବାର ବାନ୍ତି ହୋଇଥିଲା । ତାଙ୍କ ପାରିବାର ଲୋକେ ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥଲେ । ଡାକ୍ତର ଯେତେବେଳେ ଏହାର କାରଣ ଜାଣିଥିଲେ ସେ ହତବାକ୍ ହୋଇ ରହିଯାଇଥିଲେ । କେଶ ଖାଇବା ଅଭ୍ୟାସ କାରଣରୁ ମହିଳାଙ୍କର ପେଟରେ ଏହି କେଶ ଏକ ପିଣ୍ଡୁଳାରେ ପରିପୂର୍ଣ୍ଣ ହୋଇଯାଇଥିଲା । ୨୫ ମିନିଟ୍ ଧରି ଅପରେସନ କରିବା ପରେ ଡାକ୍ତର ମହିଳାଙ୍କ ପେଟରୁ ପାଖାପାଖି ୨.୫ କେଜି ଓଜନର କେଶ ବାହାର କରିଥିଲେ ।
ତେବେ ଏହି ମହିଳା ଜଣକ ବର୍ତ୍ତମାନ ଟ୍ରାଇପୋଫାଗିୟା ନାମକ ଏକ ବିରଳ ରୋଗରେ ପୀଡ଼ିତ ବୋଲି ଡାକ୍ତର କହିଛନ୍ତି । ଆଉ ଏଭଳି ଗମ୍ଭୀର ସ୍ଥିତି ପାଇଁ ମୃତ୍ୟୁର ଆଶଙ୍କା ରହିଛି । ମହିଳାଙ୍କର ପୁଷ୍ଟିହୀନତା, ହଜମ ପ୍ରକ୍ରିୟାରେ ଅବରୋଧ, ଏପରିକି ମୃତ୍ୟୁ ସହିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ଡାକ୍ତର ନିର୍ମଳା ଗେହାନୀ କହିଛନ୍ତି ।