ଦିଲ୍ଲୀ: ରୋଗୀଙ୍କ ପେଟରୁ ବାହାରିଲା ଜିଅନ୍ତା ଅସରପା, ଉଡ଼ିଲା ଡାକ୍ତରଙ୍କ ହୋଶ୍‌

ରୋଗୀଙ୍କ ପେଟରୁ ବାହାରିଲା ଜିଅନ୍ତା ଅସରପା । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ୨୩ ବର୍ଷୀୟ ଜଣେ ଯୁବକଙ୍କ ପେଟରୁ ଜିଅନ୍ତା ଅସରପା ବାହାରିଛି । ଏହି ଅସରପାକୁ ଏଣ୍ଡୋସ୍କୋପି କରି ବାହାର କରାଯାଇଛି । ରୋଗୀଙ୍କ କ୍ଷୁଦ୍ର ଅନ୍ତନଳୀରେ ୩ ସେମିର ଏକ ଜିଅନ୍ତା ଅସରପା ବାହାରିବା ପରେ ଡାକ୍ତରଙ୍କ ହୋଶ୍‌ ଉଡ଼ି ଯାଇଥିଲା । ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ୧୦ ମିନିଟ୍‌ର ଏଣ୍ଡୋସ୍କୋପି ପ୍ରକ୍ରିୟା ଜରିଆରେ ଅସରପାକୁ ବାହାର କରିଛନ୍ତି ।

ତେବେ ରୋଗୀ ଜଣକ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ୨-୩ ଦିନ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କ ଖାଦ୍ୟ ହଜମ ହେଉ ନ ଥିବାର ମଧ୍ୟ ସେ ଅଭିଯୋଗ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ଏଣ୍ଡୋସ୍କୋପି କରାଇବାକୁ ପରାମର୍ଶ ଦେଇଥିଲେ । ପରୀକ୍ଷଣ ସମୟରେ ରୋଗୀଙ୍କ କ୍ଷୁଦ୍ର ଅନ୍ତନଳୀରେ ଏକ ଜିଅନ୍ତା ଅସରପା ମିଳିଥିଲା । ମେଡିକାଲ ଟିମ୍‌ ଏଣ୍ଡୋସ୍କୋପି ଦ୍ୱାରା ଅସରପାକୁ ବାହାର କରିଥିଲେ ।

ଅସରପାକୁ ବାହାର କରିବା ପାଇଁ ଦୁଇଟି ଚ୍ୟାନେଲ ସହିତ ସଂଯୁକ୍ତ ଏଣ୍ଡୋସ୍କୋପି କରାଯାଇଥିଲା । ଡାକ୍ତରଙ୍କ କହିବା ହେଲା, କ୍ଷୁଦ୍ର ଅନ୍ତନଳୀରେ ଏକ ଜିଅନ୍ତା ଅସରପା ମରଣାନ୍ତକ ହୋଇପାରି ଥାଆନ୍ତା । ତେଣୁ ଆମେ ଏହାକୁ ବାହାର କରିବା ପାଇଁ ତୁରନ୍ତ ଏଣ୍ଡୋସ୍କୋପି କଲୁ ।

ଡାକ୍ତର କହିଛନ୍ତି ଯେ ରୋଗୀ ଜଣକ ଭୁଲ୍‌ରେ ବୋଧ ହୁଏ ଖାଦ୍ୟ ଖାଇବା ସମୟରେ ଅସରପାକୁ ଗିଳି ଦେଇଥିବେ । ନଚେତ୍‌ ଏମିତି ବି ହୋଇପାରେ, ଶୋଇବା ସମୟରେ ଅସରପାଟି ତାଙ୍କ ପାଟି ଭିତରକୁ ଚାଲି ଯାଇଥିବ । ଯଦି ଆମେ ଠିକ୍‌ ସମୟରେ ଅସରପାକୁ ବାହାର କରି ନ ଥାଆନ୍ତୁ, ତା’ ହେଲେ ଏହା ସମ୍ଭବତଃ ଘାତକ ରୋଗର କାରକ ପାଲଟି ଥାଆନ୍ତା । ଏଥିପାଇଁ ମେଡିକାଲ ଟିମ୍‌ ତୁରନ୍ତ ଏଣ୍ଡୋସ୍କୋପି କରିଥିଲେ, ଯାହା ଦ୍ୱାରା କି, ଆଗକୁ କୌଣସି ସମସ୍ୟାକୁ ଏଡ଼ାଯାଇ ପାରିବ ।

You might also like