ପେଟ ଭିତରେ ଫସିଥିଲା ଏହି ଅଜବ ବସ୍ତୁ , ସିଟିସ୍କାନ ପରେ ଡାକ୍ତରମାନେ ବି ହୋଇଗଲେ ଆଶ୍ଚର୍ଯ୍ୟ
ପେଟ ଭିତରେ ଭିନ୍ନ ଭିନ୍ନ ପ୍ରକାରର ବସ୍ତୁ ବା ପଦାର୍ଥ ଫସି ଯାଇଥିବା ଘଟଣା ତ ଆପଣ ନିଶ୍ଚୟ ଶୁଣିଥିବେ । ଚୀନରେ ମଧ୍ୟ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୫୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଫସିଯାଇଥିଲା ଏକ ଅଜବ ବସ୍ତୁ । ଯାହାକୁ ଦେଖି ଡାକ୍ତର ମାନେ ମଧ୍ୟ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ ।
ସୂଚନା ଅନୁଯାୟୀ ଗୁଆଁଗଣ୍ଡୋଗ ପ୍ରାନ୍ତର ସେନଜେନ ସହରରେ ରହୁଥିବା ଲି ୨୦ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । କାରଣ ତାଙ୍କୁ କୁହାଯାଇଥିଲା କି ସେ ଏଚଆଇଭିରେ ଆକ୍ରାନ୍ତ ଅଟନ୍ତି । ଏହି କାରଣରୁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିବା ପାଇଁ ଏକ ଟୁଥବ୍ରସକୁ ଗିଳି ଦେଇଥିଲେ । ଚଳିତ ବର୍ଷ ଜୁନ ମାସରେ ଲି ନିଜ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ ସେଥିପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତରମାନେ ତାଙ୍କର ସିଟି ସ୍କାନ କରିବା ପରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ଲି ଙ୍କୁ ଏହି ବିଷୟରେ ପଚରାଗଲା ସେ କହିଲେ କି ଏହା ୨୦ ବର୍ଷ ପୁରୁଣା ଏକ ଟୁଥବ୍ରସ ହୋଇପାରେ ଯାହାକୁ ସେ ଆତ୍ମହତ୍ୟା କରିବା ପାଇଁ ଗିଳି ଦେଇଥିଲେ ।
ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ୱାରା ଲି ଙ୍କ ପେଟଭିତରୁ ସେହି ଟୁଥବ୍ରସକୁ ବାହାର କରିଥିଲେ । ଡ଼ଃ ଲିୟୁଙ୍କ କହିବା ଅନୁଯାୟୀ ଏହି ଟୁଥବ୍ରସ ଲି ଙ୍କ ପେଟ ଭିତରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିବ ଯାହାକି ଧୀରେ ଧୀରେ ତାଙ୍କର କ୍ଷୁଦ୍ରାନ୍ତ ମଧ୍ୟରେ ଫସି ଯାଇଥିଲା । ଏହାସହ ସେ କହିଥିଲେ ଯେ ଯଦି ଠିକ ସମୟରେ ଏହି ଟୁଥବ୍ରସକୁ ବାହାର କରାଯାଇନଥାନ୍ତା ତାହେଲେ ଏହା ଲି ଙ୍କ ଲିଭର ପର୍ଯ୍ୟନ୍ତ ପହଂଚି ଯାଇଥାନ୍ତା । ଯାହାକି ଲି ଙ୍କ ଜୀବନ ପାଇଁ ବିପଦ ସାଜିଥାନ୍ତା ।