ଦେଶ ବିଦେଶ

ଏ କି ଖାମ୍‌ଖିଆଲି! ଜୀବିତ ବୃଦ୍ଧଙ୍କୁ ପଲିଥିନରେ ପ୍ୟାକ୍‌ କରି ମୁର୍ଦାଘର ପଠାଇ ଦେଲେ ଡାକ୍ତର; ଆଉ ତା’ ପରେ…

କରୋନା ମହାମାରୀ ଏବେ ବି ଏହି ଦୁନିଆରୁ ଶେଷ ହୋଇ ନାହିଁ। ବିଶ୍ୱର ଅନେକ ଦେଶରେ କରୋନା କାସ୍ତା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ କରୋନା ବିପଦରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ଲୋକଙ୍କୁ ନାନା ପରାମର୍ଶ ଦେଉଛନ୍ତି। ତଥାପି ଲୋକଙ୍କ ମନରେ କରୋନାକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି। ଏହାରି ଭିତରେ ଚୀନର ସାଂଘାଇରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଡାକ୍ତରଙ୍କ ସାମାନ୍ୟ ଭୁଲ୍‌ ଯୋଗୁ ପୂରା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ରିପୋର୍ଟ ମୁତାବକ, ମେ’ ୨ରେ ଏହି ଘଟଣା ସାଂଘାଇରେ ଘଟିଛି। ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇ ହସ୍ପିଟାଲ ଆସିଥିଲେ ଏବଂ ଏଠି ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସା ସମୟରେ ଡାକ୍ତରମାନେ ଏକ ବଡ଼ ଭୁଲ୍‌ କରି ବସିଥିଲେ। ଡାକ୍ତରମାନଙ୍କୁ ଅନୁଭବ ହୋଇଥିଲା ଯେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ତେଣୁ ସେମାନେ ତାଙ୍କୁ ଏକ ପଲିଥିନ ବ୍ୟାଗରେ ଭର୍ତ୍ତି କରି ଅନ୍ତିମ ସଂସ୍କାର ନିମନ୍ତେ ମୁର୍ଦାଘର ପଠାଇ ଦେଇଥିଲେ। ହେଲେ ମୁର୍ଦାଘରେ ପହଞ୍ଚିବା ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ରିପୋର୍ଟ ଅନୁସାରେ, ବୃଦ୍ଧ ଜଣକ ମରି ନ ଥିଲେ, ବରଂ ଜୀବିତ ଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ମୁର୍ଦାଘରକୁ ପଠାଇ ଦେଇଥିଲେ। ବୃଦ୍ଧ ଜଣକ ହଠାତ୍ ଯେତେବେଳେ ପ୍ଲାଷ୍ଟିକ୍ ବ୍ୟାଗ ଭିତରେ ହଲଚଲ ହେବା ଆରମ୍ଭ କରିଥିଲେ, ତ ସେଠାରେ ଉପସ୍ଥିତ କର୍ମଚାରୀମାନଙ୍କର ହୋଶ୍‌ ଉଡ଼ି ଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପାଖକୁ ଯାଇ ପ୍ଲାଷ୍ଟିକ ଜରି ଖୋଲିଥିଲେ ଏବଂ ଦେଖିବାକୁ ପାଇଥିଲେ ଯେ ବୃଦ୍ଧ ଜଣଙ୍କର ନିଃଶ୍ୱାସ ଚାଲୁଛି। ଅର୍ଥାତ୍‌ ସେ ନିଃଶ୍ୱାସ ନେଉଛନ୍ତି। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସାଂଘାଇରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା

କହି ରଖୁଛୁ, ଏହି ଘଟଣା ଘଟିଛି ସାଂଘାଇର ପୁଟୁଓ ଜିଲ୍ଲାରେ। ଏବେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହିତ ଅନୁଧ୍ୟାନ କରାଯାଉଛି ଯେ ଡାକ୍ତରମାନଙ୍କ ଦ୍ୱାରା ଏଭଳି ଭୁଲ କିପରି ହେଲା। ସୂଚନାଥାଉ କି, ସାଂଘାଇରେ କରୋନାର ନୂଆ ଲହର ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଏଠାରେ ବୁହାନ ତୁଳନାରେ ଅଧିକ ମାତ୍ରାରେ କରୋନା କାୟା ବିସ୍ତାର କରୁଛି, ଯେଉଁଥିପାଇଁ ପ୍ରଶାସନ ଏଠାରେ ପୁଣିଥରେ ଲକ୍‌ଡାଉନ ଲଗାଇ ଦେଇଛି। ରିପୋର୍ଟ ମୁତାବକ, ଯେଉଁ ଘରେ କୋଭିଡ ରୋଗୀ ମିଳୁଛନ୍ତି, ସେହି ଘର ଚାରିପାଖରେ ବାଡ଼ ଲଗାଇ ଦିଆଯାଉଛି। ଏଥି ସହିତ ଚାୟାଙ୍ଗ ଜିଲ୍ଲାରେ ଲୋକଙ୍କର ସପ୍ତାହରେ ୩ ଥର କୋଭିଡ୍‌ ଟେଷ୍ଟ୍‍ ହେଉଛି।

Roshni

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

49 seconds ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

60 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago