ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା, ଆଜି ଦେଶବ୍ୟାପୀ ‘କଳା ଦିବସ’ ପାଳିବାକୁ ଆହ୍ଵାନ ଦେଇଛି ଡାକ୍ତର ସଂଘ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଡାକ୍ତର ସଂଘର ଦୃଢ ନିନ୍ଦା । ଏହାକୁ ବିରୋଧ କରି ଆଜି ଦେଶବ୍ୟାପୀ ‘କଳା ଦିବସ’  ପାଳିବାକୁ ଆହ୍ଵାନ ଦେଇଛି ଡାକ୍ତର ସଂଘ । ଫେଡେରେସନ୍‌ ଅଫ୍‌ ରେଜିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଡାକ୍ତର ସଂଘ ପକ୍ଷରୁ ଦେଶବ୍ୟାପୀ କଳା ଦିବସ ପାଳିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ସମୟରେ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ହେବ ନାହିଁ । ଫୋର୍ଡା ଅଧ୍ୟକ୍ଷ କହିଛନ୍ତି ଆସୋସିଏସନ୍‌ ସହ ଜଡିତ ଦେଶବ୍ୟାପୀ ସମସ୍ତ ରେଜିମେଣ୍ଟ ଡାକ୍ତର ରାମଦେବଙ୍କ ବିରୋଧରେ ଆଜି କଳାଦିବସ ପାଳୁଛନ୍ତି । AIIMS ଡାକ୍ତର ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି । IMA ସହ  FORDA, FIMA ଓ RDA ଡାକ୍ତର ସଙ୍ଗଠନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

କିଛି ଦିନ ତଳେ ଏଲୋପାଥିକୁ ନେଇ ବିବାଦୀୟ ବୟନ ରଖିଥିଲେ ରାମଦେବ । ପରେ ନିଜ ବୟନ ପାଇଁ କ୍ଷମା ମାଗିଥିଲେ । ରାମଦେବ କହିଥିଲେ ନା ମୁଁ ଏଲୋପାଥି ଚିକିତ୍ସା ବିରୋଧୀ, ନା ମୁଁ ଏଲୋପାଥି ଚିକିତ୍ସକଙ୍କୁ ବିରୋଧ କରୁଛି । ମୋର ଲଢେଇ ଏଲୋପାଥି ଔଷଧ ମାଫିଆଙ୍କ ବିରୋଧରେ ଲଢେଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.