କୁକୁର ବିକୁଛି ସାକର କନ୍ଦ ! ଜାଣନ୍ତୁ କେଉଁଠି ?

ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ ହେଉଛି କୁକୁର, ଯିଏ ମୃତ୍ୟୁ ପର୍ଯ୍ୟନ୍ତ ମାଲିକକୁ ସୁରକ୍ଷା ଦେଇଥାଏ । ବେଳେ ବେଳେ କୁକୁର ଘରର ସବୁ କାମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ଏବେ ଏମିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜାପାନର ଗୋଟିଏ ସାକରକନ୍ଦ ଦୋକାନରେ ମାଲିକ ଅନୁପସ୍ଥିରେ କୁକୁର ବେପାର ଚଳାଉଛି । ଆଉ ସଠିକ ଓଜନ କରି ଗ୍ରାହକଙ୍କ ଠାରୁ ବିକ୍ରି ସାମଗ୍ରୀର ସଠିକ ମୂଲ୍ୟ ମଧ୍ୟ ରଖୁଛି । ବୁଦ୍ଧିମାନ କୁକୁରଟି ପାଇଁ ମାଲିକଙ୍କ ବ୍ୟବସାୟ ଅତି ସହଜ ହୋଇଛି ।