ନବଜାତ ଶିଶୁକୁ ମାଟିରେ ପୋତିଦେଲା ମା’, କିନ୍ତୁ ଜୀବନ ବଞ୍ଚାଇଲା କୁକୁର

କଥାରେ ଅଛି ରଖେ ହରି ତ ମାରେ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଥାଇଲ୍ୟାଣ୍ଡରେ । ଯେଉଁଠି ମା’ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଚେଷ୍ଟା କରିଛି ସେଠି ଜୀବନଦାତା ସାଜିଛି ଗୋଟିଏ କୁକୁର । ଘଟଣାଟି ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ମଚାଇ ଦେଇଛି। ଆସନ୍ତୁ ଜାଣିବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ, ମେ ୧୫ ତାରିଖ ଦିନ ଜଣେ ନାବାଳିକା ଏକ ଶିଶୁକୁ ଜନ୍ମ କରିଥିବାରୁ ତାହାକୁ ମାଟିରେ ପୋତି ଦେଇଥିଲେ। ଘଟଣାଟି ସେଠାରେ ଥିବା ଏକ କୁକୁର ନଜରରେ ଆସିଥିଲା । ଯାହା ପରେ ସେ ପୋତାଯାଇଥିବା ଶିଶୁର ଚାରିକଡ ଖୋଳିବା ସହ ଭୁକିବା ଆରମ୍ଭ କରିଥିଲା । ଏହାପରେ କୁକୁରର ମାଲିକ ସେଠାକୁ ଆସି ମାଟି ଖୋଳିବାରୁ ନବଜାତ ଶିଶୁକୁ ଦେଖିବାକୁ ପାଇଥିଲା । ଆଉ ସୌଭାଗ୍ୟବସତଃ ପିଲାଟି ଜୀବିତ ଥିଲା ।

ଏବେ ନବଜାତକର ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ବେଳେ ତାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ନାବାଳିକା ମା’ ବିରୋଧ ମାମଲା ରୁଜୁ ହୋଇଥିବା ବେଳେ ତାହାର ତଦନ୍ତ ଚଳାଇଛି ପୋଲିସ । ଘଟଣାଟି ମିଡିଆକୁ ଆସିବା ପରେ କୁକୁରର ଖୁବ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.