ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର , କମିଲା ଗ୍ୟାସ୍ ସିଲିଣ୍ଡର ଦର

ଦିଲ୍ଲୀ(କେନ୍ୟୁଜ୍) : ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର । କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍ । ସବସିଡି ଗ୍ୟାସ୍ ସିଲିଣ୍ଡର ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ଅଣ-ସବସିଡି ଗ୍ୟାସ୍ ସିଲିଣ୍ଡର ଦାମ ୧୨୦ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ଦର । ଗୋଟିଏ ମାସରେ ଲଗାତାର ଦ୍ୱିତୀୟ ଥର କମିଛି ଦର । ଗତ ଡିସେମ୍ବର ୧ ତାରିଖରେ ସବସିଡି ସିଲିଣ୍ଡର ଦାମ୍ ୬ ଟଙ୍କା ୫୨ ପଇସା ଓ ଅଣସବସିଡି ସିଲିଣ୍ଡରରେ ୧୩୩ ଟଙ୍କା ହ୍ରାସ ପାଇଥିଲା । ଜୁନ୍ ମାସରୁ ଲଗାତାର ଛଅ ମାସ ପର୍ୟ୍ୟନ୍ତ ଦାମ ବୃଦ୍ଧି ପରେ ଏବେ ହ୍ରାସ କରିଛନ୍ତି କେନ୍ଦ୍ର ସରକାର ।