ରାଇସିନା ହିଲରେ ଡିନର କଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ରାଇସିନା ହିଲରେ ଡିନର କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଓ ତାଙ୍କ ପରିବାର ଏହି ନୈଶ ଭୋଜିରେ ସାମିଲ ହୋଇଥିଲେ । ଉପସ୍ଥିତ ଥିଲେ ତାଙ୍କ ସହ ଆସିଥିବା ଆମେରିକା ପ୍ରତିନିଧି ମଣ୍ଡଳୀ । ରାଷ୍ଟ୍ରପତି ଭବନରେ ଡୋନାଲ୍ଟ ଟ୍ରମ୍ପ ଓ ମେଲାନିଆଙ୍କୁ ସ୍ୱାଗତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ । ସେମାନଙ୍କୁ ଭାରତୀୟ ଖାଦ୍ୟ ସହ ଆମେରିକୀୟ ବ୍ୟଞ୍ଜନ ପରସା ଯାଇଥିଲା । ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍‌ ବିର୍ଲା, ବହୁ କେନ୍ଦ୍ରମନ୍ତ୍ରୀ, କର୍ଣ୍ଣାଟକ, ଆସାମ, ହରିୟାଣା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରେହମାନ ପ୍ରମୁଖ । ସମସ୍ତଙ୍କ ସହ ହାତ ମିଳାଇ ବିଦାୟ ନେଇଥିଲେ ଡୋନାଲ୍ଡ ଟ୍ରମ୍ପ ।