ଇରାନରେ ଆକ୍ରମଣ ଅନୁମୋଦନ ପରେ ପ୍ରତ୍ୟାହାର କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ

ଇରାନରେ ଆକ୍ରମଣ ଅନୁମୋଦନ ଦେବା ପରେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାର ସର୍ଭିଜିଲାନ୍‌ସ ଡ୍ରୋନକୁ ଗୁଳିମାରି ଖସାଇ ଦେଇଥିବାରୁ ଇରାନ ବିରୋଧରେ ସାମରିକ ଆକ୍ରମଣକୁ ଅନୁମୋଦନ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ। କିନ୍ତୁ ଗୁରୁବାର ରାତିରେ ସେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ହ୍ଵାଇଟ ହାଉସରେ ଟ୍ରମ୍ପ ଜାତୀୟ ସୁରକ୍ଷାର ବରିଷ୍ଠ ଅଧିକାରୀ ଓ କୁଟନୀତିଜ୍ଞଙ୍କ ସହ ଆଲୋଚନା ହୋଇଥିଲା। ଇରାନ ଉପରେ ଆକ୍ରମଣ ନେଇ ଗୁରୁବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସାମରିକ ଅଧିକାରୀ ଓ କୁଟନୀତିଜ୍ଞମାନେ ଆଶା କରିଥିଲେ। ଇରାନୀୟ ରାଡାର ଓ ମିସାଇଲ ବ୍ୟାଟେରୀ ଭଳି କେତେକ ଲକ୍ଷ୍ୟସ୍ଥଳରେ ଆକ୍ରମଣ ପାଇଁ ଡୋନାଲଡ୍‌ ଟ୍ରମ୍ପ ଅନୁମୋଦନ କରିଥିଲେ। କିନ୍ତୁ ହଠାତ ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନିଷ୍ପତ୍ତିରେ ପରିବର୍ତ୍ତନ ନେଇ କୌଣସି କାରଣ ଜଣାପଡ଼ିନଥିବା ବେଳେ ହ୍ଵାଇଟ ହାଉସ ମଧ୍ୟ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।

You might also like