ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଡ଼ି ‘ଦ ବିଷ୍ଟ’, ଜାଣନ୍ତୁ ଏଥିରେ କଣ ରହିଛି ବିଶେଷତ୍ତ୍ୱ

ନୂଆଦିଲ୍ଲୀ : ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଡ଼ି ‘ଦ ବିଷ୍ଟ’। ଟ୍ରମ୍ପଙ୍କ ସହ ଆମେରିକାରୁ ଆସୁଛି ଦୁନିଆର ଏହି ନମ୍ବର ଓ୍ଵାନ କାର୍‌। ଗୁଜରାଟ ଏୟାରପୋର୍ଟରେ ଅବତରଣ ପରେ ରୋଡ୍‌ ସୋ’ରେ ଏହି ଗାଡିକୁ ବ୍ୟବହାର କରିବେ ଟ୍ରମ୍ପ। ତେବେ କଣ ରହିଛି ଏହି ଗାଡିର ବିଶେଷତ୍ତ୍ୱ, ଯାହା ଏବେ ଚର୍ଚ୍ଚାରେ ରହିଛି। ଆର୍ମୋର୍ଡ ଲିମୁସିନ୍‌ କାଟାଗୋରୀର ଏହି କାର୍‌ ସଂପୂର୍ଣ୍ଣ ସୁରକ୍ଷିତ। ନା ଗୁଳି ନା ବୋମା, କବଚ ସଦୃଶ ଏହି ଗାଡି ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ସମର୍ଥ।

donaldଏହାର ଝରକା ପାଞ୍ଚ ପରସ୍ତ କାଚ ଆଉ ପଲିକାର୍ବୋନେଟ୍‌ରେ ନିର୍ମିତ। ଯାହାକୁ ଗୁଳି ଭେଦ କରିପାରିବ ନାହିଁ। ଡ୍ରାଇଭରଙ୍କ ଝରକା କେବଳ ୩ ଇଞ୍ଚ ପର୍ଯ୍ୟନ୍ତ ଖୋଲି ପାରିବ। ପାଞ୍ଚ ଇଞ୍ଚ ମୋଟେଇର ବଡ଼ି ଷ୍ଟିଲ, ଟାଇଟାନିୟମ, ଆଲୁମିନିୟମ ଓ ସେରାମିକ୍‌ରେ ନିର୍ମିତ ହୋଇଛି। ଗାଡିର ଆଗରେ ରହିଛି ଟିୟର ଗ୍ୟାସ, ଗ୍ରେନେଡ୍‌ ଲଞ୍ଚର ଓ ନାଇଟ୍‌ ଭିଜନ୍‌ କ୍ୟାମେରା। ଷ୍ଟିଲ ପ୍ଲେଟ୍‌ରେ ତିଆରି ହୋଇଥିବା ଏହାର ଚେସିସ୍‌ ବୋମା ଏବଂ ବିସ୍ଫୋରଣକୁ ପ୍ରତିହତ କରିପାରିବ। ଟାୟାର ପଙ୍କଚର ହେବନି। ଟାୟାର ବିସ୍ଫୋରଣ ହେଲେ ବି ଗାଡି ସୁରକ୍ଷିତ ରହିବ। ଜରୁରୀ ସ୍ଥିତି ପାଇଁ ରହିଛି ପାନିକ୍‌ ବଟନ୍‌ ଏବଂ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା।

Donald-Trumpକବଚ ଭଳି ଏହାର ଡୋର୍‌। ୮ ଇଞ୍ଚର ମୋଟେଇ। ବୋଇଂ ୭୫୭ ର କ୍ୟାବିନ ଡୋର ସହ ଏହାର ଓଜନ ସମାନ। ଡୋର ବନ୍ଦ ହୋଇଯିବା ପରେ ଗାଡିଟି ୧୦୦ ପ୍ରତିଶତ ସୁରକ୍ଷିତ ପାଲଟିଯାଏ। ରାସାୟନିକ ଅସ୍ତ୍ର ମଧ୍ୟ ଏହାକୁ ଭେଦ କରିବାକୁ ଅକ୍ଷମ। ଗାଡିରେ ପୃଥକ ରହିଛି ଡ୍ରାଇଭର କ୍ୟାଭିନ୍‌। ଏହା ଏକ ଜିପିଏସ୍‌ ଟ୍ରାକିଂ ସେଣ୍ଟର। ଆମେରିକା ସିକ୍ରେଟ୍‌ ସର୍ଭିସ୍‌ ଦ୍ୱାରା ତାଲିମପ୍ରାପ୍ତ ଡ୍ରାଇଭର ଯେ କୌଣସି ଚ୍ୟାଲେଞ୍ଜିଂ ସ୍ଥିତିକୁ ସାମ୍ନା କରିପାରିବେ। ଏପରିକି ସିଧାସଳଖ ଗାଡିକୁ ୧୮୦ ଡିଗ୍ରୀ ଟର୍ଣ୍ଣ କରି ପାରିବେ ଡ୍ରାଇଭର। ଏୟାରପୋର୍ଟରେ ଅବତରଣ ପରେ ୯ ଟନ୍‌ ଓଜନର ଏହି କାର୍‌ରେ ବସି ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଯିବେ ଟ୍ରମ୍ପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.