କରୋନା ପାଇଁ ସଙ୍କଟରେ ଆମେରିକା ଅର୍ଥ ବ୍ୟବସ୍ଥା : ସଜାଡ଼ିବାକୁ ଟ୍ରମ୍ପ୍‌ ନେଲେ ଏମିତି ନିଷ୍ପତ୍ତି, ଭରଷା କଲେ ଛଅ ଭାରତୀୟ-ଆମେରିକୀୟଙ୍କୁ

କରୋନା ପାଇଁ ପ୍ରଭାବିତ ହୋଇଥିବା ଆମେରିକା ଅର୍ଥ ବ୍ୟବସ୍ଥାକୁ ଠିକ୍‌ ବାଟରେ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୬ ଜଣ ଭାରତୀୟ-ଆମେରିକୀୟଙ୍କ ଉପରେ ଆଶା ରଖିଛନ୍ତି । ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଟ୍ରମ୍ପ ଗଠନ କରିଛନ୍ତି ‘ମହାନ ଆମେରିକା ଆର୍ଥିକ ପୁନରୁଦ୍ଧାର ଉଦ୍ୟୋଗ ସମୁହ’ ।

ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଟ୍ରମ୍ପ ଗଠନ କରିଥିବା ‘ମହାନ ଆମେରିକା ଆର୍ଥିକ ପୁନରୁଦ୍ଧାର ଉଦ୍ୟୋଗ ସମୁହ’ରେ ୬ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଏଥିରେ ଗୁଗୁଲ ର ସୁନ୍ଦର ପିଚଇ ଓ ମାଇକ୍ରୋସାଫ୍ଟ ର ସତ୍ୟ ନଡେଲା ମଧ୍ୟ ସାମିଲ ଅଛନ୍ତି ।

trump-1

ବଭିନ୍ନ ଉଦ୍ୟୋଗର ଏହି ହସ୍ତିମାନେ କିପରି ଆର୍ଥିକ ସଙ୍କଟର ମୁକାବିଲା କରିହେବ ସେ ସମ୍ପର୍କରେ ମତ ଦେବେ । ଖାଲି ସେତିକି ନୁହେଁ ଟ୍ରମ୍ପ ବିଭିନ୍ନ ବର୍ଗର ୨୦୦ରୁ ଅଧିକ ବିଜ୍ଞ ବ୍ୟକ୍ତିଙ୍କୁ ନେଇ ପ୍ରାୟ ଡଜନରୁ ଅଧିକ ଆର୍ଥିକ ପୁନରୁଦ୍ଧାର ଉଦ୍ୟୋଗ ସମୁହର ଗଠନ କରିଛନ୍ତି ।

ଏହି ସମୁହ ଆମେରିକା ଅର୍ଥ ବ୍ୟବସ୍ଥାକୁ ସଳଖ ବାଟରେ ପୁଣି ଆଣିବାକୁ ସେମାନଙ୍କର ମତ ଦେବେ । ଟ୍ରମ୍ପ୍‌ ମଙ୍ଗଳବାର ହ୍ଵାଇଟ୍‌ହାଉସ୍‌ରେ କରୋନା ଉପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ।

ଏହି ସମୂହରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଇବିଏମ୍‌ର ଅରବିନ୍ଦ କୃଷ୍ଣା ଏବଂ ମାଇକ୍ରୋନର ସଞ୍ଜୟ ମେହରୋତ୍ରା । ଏହାଛଡ଼ା ପେରନୋର୍ଡ ରିକାର୍ଡର ଭାରତୀୟ-ଆମେରିକୀୟ ଏନ୍‌ ମୁଖାର୍ଜି ଓ ମାଷ୍ଟରକାର୍ଡର ଅଜୟ ବଙ୍ଗାଙ୍କୁ ମଧ୍ୟ ଏହି ସମୁହରେ ସାମିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.