ସୁନୀତା ୱିଲିୟମ୍ସଙ୍କୁ ମିଳିବ ଓଭର ଟାଇମ୍ ପଇସା, ନିଜ ପକେଟରୁ ଦେବେ ଟ୍ରମ୍ପ

ସୁନୀତା ୱିଲିୟମ୍ସଙ୍କ ପାଇଁ ଆଗେଇ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୯ମାସ ଧରି ମହାକାଶରେ ଫସିବା ପରେ ଏବେ ସୁନୀତା ଓ ବୁଚ୍‌ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାକାଶରେ ଅଧିକ ମାସ ରହିଥିବାରୁ ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନିଜ ପକେଟରୁ ଟଙ୍କା ଦେବେ ।

ଟ୍ରମ୍ପ କହିଛନ୍ତି, ମହାକାଶରେ ଅଧିକ ମାସ ରହିଥିବାରୁ ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନିଜ ପକେଟରୁ ଟଙ୍କା ଦେବେ । ଏହା ସହ ଫସି ରହିଥିବା ମହାକାଶଚାରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସ ଡ୍ରାଗନ ଫ୍ରିଡମ ସ୍ପେସକ୍ରାଫ୍ଟ ବ୍ୟବହାର କରିଥିବାରୁ ଟ୍ରମ୍ପ ଏଲନ୍ ମସ୍କଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ କୁହାଯାଉଥିଲା ଯେ, ଏଥିପାଇଁ ସେମାନଙ୍କୁ ଓଭରଟାଇମ ପେମେଣ୍ଟେ ମଧ୍ୟ ମିଳିବ । କିନ୍ତୁ ନାସାର ନିୟମ ଅନୁଯାୟୀ, ସୁନୀତା ଏବଂ ବୁଚ ୱିଲମୋର ସେମାନଙ୍କର ଅପ୍ରତ୍ୟାଶିତ ଭାବରେ ଦୀର୍ଘ ମହାକାଶ ରହଣି ପାଇଁ କୌଣସି ଅତିରିକ୍ତ ପେମେଣ୍ଟେ ପାଇବେ ନାହିଁ ।

ମହାକାଶ ଅଭିଯାନରେ ଥିବା ସମୟରେ ମହାକାଶଚାରୀଙ୍କୁ ସରକାରୀ କର୍ମଚାରୀ ଭାବରେ ବିବେଚନା କରାଯାଏ, ଯେମିତି କୌଣସି ପ୍ରଶାସନିକ କର୍ମଚାରୀ କାମ ପାଇଁ ଯାତ୍ରା କରନ୍ତି । ନାସାର ସ୍ପେସ ଅପରେସନ ମିଶନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲଙ୍କ କହିବା ନୁସାରେ, କୌଣସି ସରକାରୀ କର୍ମଚାରୀଙ୍କ ଭଳି ମହାକାଶଚାରୀମାନଙ୍କୁ ମଧ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୫ ଡଲାର ମିଳିଥାଏ ।

ମହାକାଶରେ ୨୮୬ ଦିନ ରହିଥିବା ବେଳେ ସୁନୀତା ଏବଂ ବୁଚ ୱିଲମୋରଙ୍କୁ ଦେୟ ବାବଦରେ ମୋଟ ୧,୪୩୦ ଡଲାର ମିଳିଥିଲା ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍‌ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ । ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଥିଲେ ।

Also Read : ସୁନୀତା ପୃଥିବୀକୁ ଫେରୁଥିବା ବେଳେ ଆସିଥିଲା ବଡ଼ ବିପଦ, କଳ୍ପନା ଚାୱଲାଙ୍କ ଫେରିବା ଭଳି ସ୍ଥିତି ଉପୁଜିଥିଲା