ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣା: ଇରାନ ପଟୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ।  ଇରାନରୁ ହତ୍ୟା ଷଡ଼ଯନ୍ତ୍ର ହେଉଥିବା ଆମେରିକା ଗୁଇନ୍ଦା ହାତରେ ଲାଗିଛି ସୂଚନା । ଗୁଇନ୍ଦା ସୂଚନା ପରେ ଟ୍ରମ୍ପଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ନିଟକରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ତାଙ୍କ କାନକୁ ଛୁଇଁ ପଳାଇ ଯାଇଥିଲା ଗୁଳି । ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରମ୍ପ । ଏବେ ପୁଣି ତାଙ୍କ ହତ୍ୟା ଷଡ଼ଯନ୍ତ୍ର ହେଉଥିବା ଆମେରିକା ହାତରେ ଲାଗିଛି ଗୁଇନ୍ଦା ସୂଚନା । ତେବେ ନିକଟରେ ଯେଉଁ ହତ୍ୟା ଉଦ୍ୟମ ହୋଇଥିଲା ତା ସହ ବର୍ତ୍ତମାନର ହତ୍ୟା ଷଡ଼ଯନ୍ତ୍ର ସହ କୌଣସି ସଂପର୍କ ନଥିବା ସ୍ପଷ୍ଟ କରିଛି ଆମେରିକାର ଘରୋଇ ଗୁଇନ୍ଦା ସଂସ୍ଥା ଏଫବିଆଇ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଟ୍ରମ୍ପ ଏବେ ପ୍ରଚାରରେ ବ୍ୟସ୍ତ । ତାଙ୍କ ପ୍ରଚାର ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖୋଉଥିବା ବେଳେ ଟ୍ରମ୍ପଙ୍କ ଲୋକପ୍ରିୟତା ବଢ଼ୁଛି ।

ସୂଚନା ଅନୁସାରେ ଜୁଲାଇ ୧୪ରେ ଆମେରିକାର ପେନସିଲଭାନିଆର ବଟଲର ଠାରେ ରାଲି ଚାଲିଥିବା ବେଳେ ହଠାତ୍ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହି ଘଟଣା ପରେ ସିକ୍ରେଟ ସର୍ଭିସେସ ତରଫରୁ ଜାରି ହୋଇଥିଲା ବୟାନ। କୁହାଯାଉଥିଲା ରାଲି ହେଉଥିବା ସ୍ଥାନ ବାହାରରେ ଥିବା ଏକ ଉଚ୍ଚ ସ୍ଥାନରୁ ମଞ୍ଚ ଉପରକୁ ଗୁଲିମାଡ଼ ହୋଇଥିଲା । ସନ୍ଦିଗ୍ଧ ଆକ୍ରମଣକାରୀ ଦର୍ଶକଙ୍କ ମଧ୍ୟରୁ ଜଣଙ୍କୁ ଗୁଳି କରିଥିଲା । ଏ ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ ।

You might also like