ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନରେ ଚୀନ୍ର ରହିବ ନାହିଁ ହସ୍ତକ୍ଷେପ, ତିବ୍ଦତ ନୀତି ଉପର ଟ୍ରମ୍ପ କଲେ ସ୍ୱାକ୍ଷର

ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏମିତି ଏକ ବିଧେୟକ ରେ ସ୍ୱାକ୍ଷର କରିଛନ୍ତି ଯାହାଦ୍ୱାରା ଚୀନ୍ ଆଉ ପରବର୍ତ୍ତୀ ଧର୍ମଗୁରୁ ‘ଦଲାଇଲାମା’ ଚୟନରେ ହୁକୁମାତି କରିପାରିବନାହିଁ । ତିବ୍ଦତରେ ଆମେରିକା ନିଜର ବାଣିଜ୍ୟିକ ଦୂତବାସ ସ୍ଥାପନ କରିବା ସହ ଅନ୍ତରାଷ୍ଟ୍ରୀୟ ଗଠବନ୍ଧନ ସ୍ଥାପନ ନେଇ ପ୍ରକାଶ କରିଛନ୍ତି ।
ଯାହାଫଳରେ ଆଗାମୀ ଧର୍ମଗୁରୁ ଦଲାଇଲାମାଙ୍କ ଚୟନ କେବଳ ତିବ୍ଦତ ବୈାଦ୍ଧ ସମୁଦାୟ କରିପାରିବେ । ‘ ତିବ୍ଦତ ନୀତି ଓ ସମର୍ଥନ ଆଇନ ୨୦୨୦’ ରେ ତିବ୍ଦତ ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମରେ ସଂଶୋଧନ ଆଣିଛନ୍ତି । ଟ୍ରମ୍ପ ରବିବାର କରୋନା ଭାଇରସକୁ ପ୍ରତିହତ କରିବା ଓ ସଂଘୀୟ ସରକାରଙ୍କୁ ଅନୁଦାନ ଦେବା ପାଇଁ ୨୩୦୦ ଆରବ ଡଲାରର ପ୍ୟାକେଜ୍ ଘୋଷଣା କରିବା ସହ ଏହି ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି ।
ଚୀନ୍ର କଡ଼ା ବିରୋଧ ସତ୍ତ୍ୱେ ଗତ ସପ୍ତାହରେ ଆମେରିକା ସିନେଟ୍ରେ ସର୍ବସମ୍ମତିକ୍ରମେ ଏହି ବିଧେୟକ ପାସ୍ ହୋଇଛି । ଯାହାଫଳରେ ତିବ୍ଦତୀୟଙ୍କୁ ସେମାନଙ୍କର ଧର୍ମଗୁରୁ ଚୟନ କରିବାର ସମସ୍ତ ଅଧିକାର ଦିଆଯାଇଛି । ଫଳରେ ତିବ୍ଦତରେ ଧର୍ମଗୁରୁ ଚୟନରେ ଚୀନ୍ର ହାକିମାତିକୁ ଟ୍ରମ୍ପ ଶେଷ କରିଦେଇଛନ୍ତି ।