ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇଲେ ଅଭିନନ୍ଦନ

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାର ଏହା ତାଙ୍କର ଦ୍ବିତୀୟ ପାଳି । ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ସମୟ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ରାତ୍ରି ପ୍ରାୟ ସାଢ଼େ ୧୦ଟା) ସେ ଶପଥ ଗ୍ରହଣ କରିଛନ୍ତି।

ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜେଡି ଭାନ୍ସ । ସେ ସୁପ୍ରିମକୋର୍ଟର ବିଚାରପତି ବ୍ରେଟ୍ କଭାନାଓଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଲକ୍ଷ ଲକ୍ଷ ବେଆଇନ ପ୍ରବାସୀ ଭାରତୀୟଙ୍କୁ ବହିଷ୍କାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏହି ନୀତିକୁ କାର୍ଯ୍ୟକାରୀ କରିବେ କି ନାହିଁ ଜଣାପଡିନାହିଁ ।
ଶପଥ ଗ୍ରହଣ କରିବା ପୂର୍ବରୁ ସେ ଏକ ବିଜୟ ସମାବେଶ ଆୟୋଜନ କରି ହଜାର ହଜାର ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏବଂ ଆମେରିକା ପାଇଁ ଏକ ଆଇରନ୍ ଡୋମ ସିଷ୍ଟମ ନିର୍ମାଣ ବିଷୟରେ କହିଥିଲେ। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଟ୍ରମ୍ପ ନିଶ୍ଚିତ ବୋଲି କହିଥିଲେ ।

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,” ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଐତିହାସିକ ଶପଥ ଗ୍ରହଣ ଉତ୍ସବରେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ। ” ସେହିପରି ରୁଷ ରାଷ୍ଟ୍ରପତି ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

You might also like