ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ରାଜ୍, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ ।  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।

ଭାରତୀୟ ସମୟ ସୋମବାର ରାତି ସାଢେ ୧୦ଟା ବେଳେ ୪୭ତମ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ।  ଶପଥ ଗ୍ରହଣ ପାଇଁ ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ପହଞ୍ଚି ସାରିଛନ୍ତି ।  ସାଙ୍ଗରେ ସ୍ତ୍ରୀ ମେଲାନିଆ ଓ ପୁଅ ବାରନ ମଧ୍ୟ ଅଛନ୍ତି ।  ଆଜି ଶପଥ ଗ୍ରହଣ ପୂର୍ବରୁ ଚର୍ଚ୍ଚରେ ପ୍ରାର୍ଥନା କରିବା ପରେ ହ୍ୱାଇଟ ହାଉସରେ ପହଞ୍ଚିବେ ।

ସେଠାରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଯିବେ ଟ୍ରମ୍ପ ।  ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ ରବର୍ଟ୍ସ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଶପଥ ପାଠ କରାଇବେ ।

ପ୍ରବଳ ଥଣ୍ଡା ଯୋଗୁଁ କ୍ୟାପିଟଲ ହିଲର ଇଣ୍ଡୋର ଅଡିଟୋରିୟମରେ ଶପଥ ଗ୍ରହଣ ସମାରୋହ ହେବ।  ଭାରତ ସରକାରଙ୍କ ପକ୍ଷରୁ ଅତିଥି ଭାବେ ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।  ବିଶ୍ବବ୍ୟାପୀ ବହୁ ଅତିଥି ଯୋଗ ଦେଉଛନ୍ତି ।  ଆଜି ଅଫିସ ଗ୍ରହଣ କରିବା ପରେ ଟ୍ରମ୍ପ ୧୦୦ ଏଗଜେକୁଟିଭ ଅର୍ଡରରେ ଦସ୍ତଖତ କରିପାରନ୍ତି । ଆମେରିକାକୁ ପୁଣି ଥରେ ମହାନ କରି ଗଢ଼ି ତୋଳିବା ପାଇଁ, ଶପଥ ଗ୍ରହଣ କରିବେ ।

Also read:ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଡିନରରେ ଯୋଗଦେଲେ ମୁକେଶ ଓ ନୀତା ଅମ୍ବାନୀ, ସାମ୍ନାକୁ ଆସିଲା ଫଟୋ