ଏହି ଆଲିଶାନ୍‌ ହସ୍ପିଟାଲରେ ଚାଲିଛି ଟ୍ରମ୍ପଙ୍କ ଚିକିତ୍ସା, ଅତ୍ୟାଧୁନିକ ସୁବିଧାରେ ଭରି ରହିଛି ଓ୍ଵାର୍ଡ; ଦେଖନ୍ତୁ ଫଟୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ଓ୍ଵାଶିଂଟନ୍‌ର ଓ୍ଵାଲ୍ଟର ରିଡ ଜାତୀୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଠାରେ ଟ୍ରମ୍ପଙ୍କ ଚିକିତ୍ସା ପାଇଁ ପ୍ରାୟ ୭ ହଜାର ଷ୍ଟାଫ୍‌ ଓ ଦେଶର ବଡ଼ ବଡ଼ ଡାକ୍ତରମାନେ ଲାଗିଛନ୍ତି। ଟ୍ରମ୍ପ ମେଡିକାଲରେ ଗୋଟିଏ ପଟରେ ନିର୍ମିତ ପ୍ରେସିଡେନ୍ସିଆଲ ସୁଟ୍‌ରେ ରହିବେ। ଏହା ମେଡିକାଲର ଏକ ଭବ୍ୟ ଅଂଶ। ଯେଉଁ ଓ୍ଵାର୍ଡରେ ଟ୍ରମ୍ପଙ୍କ ଚିକିତ୍ସା ଚାଲିଛି ତାହା ୭୧ ଭାବେ ଜଣାଶୁଣା।

trump

ହ୍ଵାଇଟ୍‌ ହାଉସ୍‌ ତରଫରୁ କୁହାଯାଇଛି ଟ୍ରମ୍ପ କିଛି ଦିନ ପାଇଁ ପ୍ରେସିଡେନ୍ସି ସୁଟ୍‌ରେ କ୍ୱାରେଣ୍ଟାଇନ୍‌ରେ ରହି କାମ କରିବେ। ଓ୍ଵାର୍ଡ ୭୧ର ଏକ ରୁମ୍‌କୁ ରାଷ୍ଟ୍ରପତି କାମ କରିବା ପାଇଁ ତିଆରି କରାଯାଇଛି। ଏହି ରୁମ୍‌ରେ ଏକ କମ୍ପ୍ୟୁଟର ବି ରହିଛି। ଏଥିରେ ଟ୍ରମ୍ପ କାମ କରିବେ। ଏହି ରୁମ୍‌ରେ ଟ୍ରମ୍ପ ଆରାମ କରିବା ପାଇଁ ଏକ ଖଟ ବି ରହିଛି।

trump

ଏଥିରେ ଅତିଥିଙ୍କ ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି। ଏହି ଓ୍ଵାର୍ଡରେ ପରୀକ୍ଷା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଗୃହ ରହିଛି। ମୋଟ ଉପରେ କହିବାକୁ ଗଲେ ଏହି ହସ୍ପିଟାଲରେ ୨୪୪ଟି ଖଟ ରହିଛି ସେଥିରେ ୫୦ଟି ଆଇସିୟୁ ବେଡ୍‌ ବି ସାମିଲ ଅଛି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

trump

trump