ଚୀନ୍‌ : ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ଟ୍ରମ୍ପଙ୍କ ବୁଦ୍ଧ ବେଶୀ ମୂର୍ତ୍ତି

ନୂଆଦିଲ୍ଲୀ :  ଚୀନ୍‌ରେ ଇ- କମର୍ସ ଜରିଆରେ ଏବେ ବିକ୍ରି ହେଉଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବୁଦ୍ଧବେଶୀ ପ୍ରତିମା । ଏହାର ଚାହିଦା ମଧ୍ୟ ଖୁବ୍‌ ରହିଛି । ଟ୍ରମ୍ପ ଏହି ପ୍ରତିମାରେ ବୁଦ୍ଧଙ୍କ ପ୍ରାୟ ଆଖି ବୁଜି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଯାହାକି ବୁଦ୍ଧଙ୍କ ପ୍ରତିମା ସହ ବେଶ୍‌ ତାଳମେଳ ରହୁଛି । ପ୍ରତିମା ତିଆରି କରିଥିବା ଚୀନର ଉଦ୍ୟୋଗ ଜଣକ ପ୍ରତିମାର ନାମ ଦେଇଛନ୍ତି ‘ବୁଦ୍ଧବାଦ ସହ ଅତି ପରିଚିତ ଟ୍ରମ୍ପ’ ।

ଚୀନ୍‌କୁ ନାପସନ୍ଦ କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏଥିରେ ବିଦ୍ରୁପ କରାଯାଇଛି । କୋଭିଡ ପାଇଁ ଟ୍ରମ୍ପ ବହୁବାର ଚୀନ୍‌କୁ ଦାୟୀ କରିଥିଲେ । ଖାଲି ସେତିକି ନୁହେଁ ଟ୍ରମ୍ପ ଚୀନର ବହୁ ଜିନିଷକୁ ମଧ୍ୟ ପ୍ରତ୍ୟାକ୍ଷାନ କରିଥିଲେ । ବିଶେଷକରି ଆଲିବାବାଙ୍କ ଜିନିଷ ଚାଇନାରେ ବିକ୍ରି କରିବାକୁ ମଧ୍ୟ ନିଷେଧ କରିଥିଲେ । ଟ୍ରମ୍ପ୍‌ ଏବେ କ୍ଷମତାରେ ନଥିବା ବେଳେ ଆଲିବାବାଙ୍କ ମାଲିକାନାରେ ଥିବା ‘ଯାଓବାଓ’ ଇ-କମର୍ସ ପ୍ଲାଟଫର୍ମ ଏହି ଟ୍ରମ୍ପଙ୍କ ପ୍ରତିମା ନିର୍ମାଣ କରିଛି । ୧.୬ ମିଟର ଉଚ୍ଚ ଏହି ପ୍ରତିମାର ମୂଲ୍ୟ ୬୧୦ ଡଲାର ରଖିଛନ୍ତି । ଚୀନ୍‌ ଇ-କମର୍ସ େଓ୍ଵବ୍‌ସାଇଟ୍‌ରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବୁଦ୍ଧବେଶୀ ପ୍ରତିମା ଟ୍ରମ୍ପଙ୍କର ଏହି ମୂର୍ତ୍ତି ସବୁ ଭାରତୀୟ ମୁଦ୍ରାରେ ପ୍ରାୟ ୪୪ ହଜାର ଟଙ୍କାରେ ବିକ୍ର ହେଉଛି ।

ତେବେ ସବୁଠାରୁ ମଜା କଥା ହେଉଛି ଏହି ପ୍ରତିମାକୁ ଲୋକେ ମଜାରେ କିଣୁଛନ୍ତି । ଜଣେ କ୍ରେତା ନିଜର ନାମ ଗୋପନ ରଖି କହିଛନ୍ତି, ‘ଏହାକୁ ମୁଁ ମଜାରେ କିଣିଛି ।’ ଏହାକୁ ମୁଁ ଟେବୁଲ୍‌ରେ ସଜାଇବି । ଏହି ପ୍ରତିମାକୁ ଯେତେବେଳେ ମୁଁ ଦେଖୁଥିବି ଜଣେ ଅତି ଗର୍ବ ଓ ଅହଙ୍କାରୀ ବ୍ୟକ୍ତିର କଥା ମନେ ପକାଉଥିବି । ଏହି ପ୍ରତିମାରେ ଟ୍ରମ୍ପଙ୍କୁ ଜଣେ ଗର୍ବୀ ବ୍ୟକ୍ତି ଭାବରେ ଅଭିହିତ କରାଯାଇଛି । ଟ୍ରମ୍ପଙ୍କ କ୍ଷମତାର ଅବସାନ ପରେ ଚୀନ୍‌ ଟ୍ରମ୍ପ୍‌ଙ୍କୁ ଭଲଭାବେ ଅପାମାନିତ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.