ପ୍ଲିଜ୍ ସାମିଙ୍କୁ ଆରେଷ୍ଟ୍ କରିବେନି : ମ୍ୟାଚ୍ ପରେ ଭାଇରାଲ୍ ହେଉଛି ଦିଲ୍ଲୀ ପୋଲିସ୍ ଟ୍ଵିଟ୍

ଲୋକଙ୍କ ହୃଦୟ ଚୋରାଇଥିବା ଧାରା ସାମିଙ୍କ ବିରୋଧରେ ଲଗାଇ ନାହାନ୍ତି ଏବଂ ସାଥି ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇ ନାହାନ୍ତି ’’।

ବିଶ୍ୱକପ୍ ସେମି ଫାଇନାଲରେ ଜବରଦସ୍ତ ବୋଲିଂ କରି ଭାରତକୁ ଦମ୍ଦାର ବିଜୟ ଦେଇଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ହାସଲ କରି ଭାରତକୁ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚାଇଛନ୍ତି ସାମି । ସାମିଙ୍କର ଏହି ଚମତ୍କାର ପ୍ରଦର୍ଶନକୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସାମିଙ୍କ ପାଇଁ ପ୍ରତିଟି ଭାରତୀୟ ମୁହଁରେ ପ୍ରଶଂସାର ସୁଅ ଛୁଟିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ସାମିଙ୍କ ୭ ୱିକେଟ ଭାରତକୁ ଫାଇନାଲ ଟିକେଟ ଆଣି ଦେଇଥିଲା।
ନ୍ୟୁଜିଲାଣ୍ଡର ୱିଲିୟମସନ ଓ ମିଚେଲ ବ୍ୟାଟିଂ ଦେଖି ଲାଗୁଥିଲା ଯେପରି ଭାରତ ହାତରୁ ମ୍ୟାଚ୍ ଖସି ଯାଇପାରେ । ଉଭୟଙ୍କ ମଧ୍ୟରେ ୧୮୧ ରନର ପାର୍ଟନରସିପ ମଧ୍ୟ ହୋଇ ସାରିଥିଲା । ଭାରତୀୟ ପ୍ରଂଶସକ ଧୀରେ ଧୀରେ ଆଶା ହରାଉଥିବା ବେଳେ ୱିଲିୟମସନଙ୍କ ୱିକେଟ ନେଇ ପୁଣିଥରେ ମ୍ୟାଚକୁ ଫେରିଥିଲା ଟିମ୍ ଇଣ୍ଡିଆ । ସେମିଫାଇନାଲ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୯୭ ରନ୍ କରିଥିଲା । ଏହାପରେ ନ୍ୟୁଜିଲାଣ୍ଡ ଟିମ୍ ୪୮.୨ ଓଭରରେ ୩୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ସାମିଙ୍କ ଘାତକ ବୋଲିଂ କରି ୭ ଓ୍ଵିକେଟ୍ ନେଇଥିଲେ । ପରେ ପରେ ସାମିଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏହାରି ଭିତରେ ଦିଲ୍ଲୀ ପୋଲିସର ସୋସିଲ ମିଡିଆ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ ପୋଲିସ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲା। ସେଥିରେ ଲେଖିଥିଲା ‘‘ମୁମ୍ବାଇ ପୋଲିସ …ଆମେ ଆଶା କରୁଛୁ ଏଭଳି ଆକ୍ରମଣ ପାଇଁ ମହମ୍ମଦ ସାମିଙ୍କୁ ଗିରଫ କରିନଥିବେ ’’। ଏହି ପୋଷ୍ଟ ଦେଖି କ୍ରିକେଟପ୍ରେମୀ କିଛି ସମୟ ପାଇଁ ଚକିତ ହୋଇ ଯାଇଥିଲେ । ସାମି ଏମିତି କାହାକୁ ଆକ୍ରମଣ କଲେ ଯେ, ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କଥା ଉଠିଲାଣି । ତେବେ ପରେ ଜଣାପଡିଥିଲା ଯେ ଦିଲ୍ଲୀ ପୋଲିସ ତରଫରୁ ଏଭଳି ପୋଷ୍ଟ ସାମିଙ୍କ ପ୍ରଂଶସାରେ କରାଯାଇଥିଲା ଏବଂ ତାହା ବି ପୁଣି ନିଆରା ଆନ୍ଦାଜରେ ।
ଦିଲ୍ଲୀ ପୋଲିସର ଏହି ପୋଷ୍ଟର ଜବାବ ମୁମ୍ବାଇ ପୋଲିସ ମଜାଳିଆ ଅନ୍ଦାଜରେ ଦେଇଥିଲା, ‘‘ ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରାଇଥିବା ଧାରା ସାମିଙ୍କ ବିରୋଧରେ ଲଗାଇ ନାହାନ୍ତି ଏବଂ ସାଥି ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇ ନାହାନ୍ତି ’’। ତେବେ ମୁମ୍ବାଇ ପୋଲିସର ଏହି ଇସାରା ସାମିଙ୍କ ସମେତ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା କୋହଲି, ଅୟର, ଶୁଭମନ ଗିଲଙ୍କ ପ୍ରତି ଇସାରା କରି କୁହାଯାଇଥିଲା । ଯେଉଁମାନଙ୍କୁ ପ୍ରଂଶସା କରିବାକୁ ଦିଲ୍ଲୀ ପୋଲିସ ଭୁଲି ଯାଇଥିଲା । ତେବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇ ଚର୍ଚ୍ଚା ସାଉଣ୍ଟିଛି । ଯାହା ୟୁଜର୍ସଙ୍କ ହୃଦୟ ଜିତିଥିଲା ।

Leave A Reply

Your email address will not be published.