ଗତ ୨୨ ତାରିଖରେ ଭାରତ ପ୍ରେରଣ କରିଥିବା ଚନ୍ଦ୍ରାୟଣ-୨ର ସଫଳ ଉତକ୍ଷେପଣ ହୋଇଛି । ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାକୁ ଏହାକୁ ୪୫ ଦିନ ସମୟ ଲାଗିବ ବୋଲି କୁହାଯାଇଛି । ତେବେ ଏହା ପୂର୍ବରୁ ଏବେ କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ପୃଥିବୀର ଏସବୁ ଫଟୋ ଚନ୍ଦ୍ରାୟଣ-୨ ପଠାଇଛି ଏବଂ ଇସ୍ରୋ ଏହି ଫଟୋକୁ ସେୟାର କରିଛି ବୋଲି ମଧ୍ୟ ସୂଚନା ଦିଆଯାଇଛି । ତେବେ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ଏହି ସମସ୍ତ ଫଟୋ ମିଛ । ଚନ୍ଦ୍ରାୟଣ-୨ କୌଣସି ଫଟୋ ପଠାଇ ନାହିଁ । ମହାକାଶରୁ ପୃଥିବୀର କିଛି ପୁରୁଣା ଫଟୋକୁ ଏଡିଟ୍ କରି ସୋସିଆଲ ମିଡିଆରେ ସେୟାର କରାଯାଇଛି ।