ବିମାନରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ଗାଳି ଦେଲେ ଯାତ୍ରୀ, କହିଲେ ‘‘ଆପଣଙ୍କୁ ଲଜ୍ଜା ଲାଗିବା କଥା’’; ଦେଖନ୍ତୁ ଭାଇରାଲ ଭିଡିଓ
ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ରାଜନୀତିରେ ଯୋଗ ଦେବା ଦିନୁ ହିଁ ଚର୍ଚ୍ଚାରେ ରହିଆସିଛନ୍ତି। ବିଭିନ୍ନ ସମୟରେ ନାନା ବିବାଦୀୟ ମନ୍ତବ୍ୟ ଦେଇ ଏହି ଜନ ପ୍ରତିନିଧି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ପ୍ରଜ୍ଞା ଠାକୁରଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ପ୍ରଜ୍ଞାଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଛି। ପ୍ରଜ୍ଞା ମଧ୍ୟ ଉକ୍ତ ବ୍ୟକ୍ତିକୁ ପ୍ରତିଉତ୍ତର ଦେଇଥିଲେ।
ଦେଖନ୍ତୁ ଭିଡିଓ:
Passengers on Spicejet flight tell BJP MP Pragya Thakur not to cause trouble and not hold the plane at Ransom. pic.twitter.com/4VAVqRRyDt
— Nagarjun Dwarakanath (@nagarjund) December 22, 2019
ଭିଡିଓଟିକୁ ନାଗାର୍ଜୁନ ଦ୍ୱାରକାନାଥ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓଟି ବିମାନ ଭିତରେ ସୁଟିଂ କରାଯାଇଛି। ଏଥିରେ ଜଣେ ଯାତ୍ରୀ ପ୍ରଜ୍ଞାଙ୍କୁ କହିଥିଲେ ଆପଣଙ୍କ ଯୋଗୁ ଫ୍ଲାଇଟ୍ ଡେରି ହେଉଛି। ଆପଣ ଜଣେ ଜନ ପ୍ରତିନିଧି ଆପଣ ପ୍ରଥମ ଶ୍ରେଣୀରେ ଯାତ୍ରା କରିପାରିବେ ନାହିଁ। ଏହାର ଜବାବରେ ପ୍ରଜ୍ଞା କହିଥିଲେ ମୁଁ ପ୍ରଥମ ଶ୍ରେଣୀରେ ଯାତ୍ରା କରିପାରିବି। ଏହା ଶୁଣି ସମ୍ପୃକ୍ତ ବ୍ୟକ୍ତି ରାଗି ଯାଇ କହିଥିଲେ ଆପଣଙ୍କୁ ନୈତିକତା ଦେଖାଇବା ଉଚିତ। ଆପଣଙ୍କୁ ଦେଖିବା ଦରକାର ଯେ କେହି ଆପଣଙ୍କ ଯୋଗୁ ହଇରାଣ ନ ହେଉ। ଆପଣ ଜଣେ ନେତା। ଆପଣଙ୍କୁ ଲଜ୍ଜା ଲାଗିବା କଥା ଯେ ଆପଣଙ୍କ ଯୋଗୁ ୫୦ ଜଣଙ୍କୁ ହଇରାଣ ହେବାକୁ ପଡ଼ୁଛି।
ଲଜ୍ଜା ଲାଗିବା କଥା ଉପରେ ଆପତ୍ତି କରି ପ୍ରଜ୍ଞା କହିଥିଲେ ଆପଣ ନିଜ ପାଟିକୁ ଲଗାମ ଦିଅନ୍ତୁ। ଏହା ଶୁଣି ସମ୍ପୃକ୍ତ ବ୍ୟକ୍ତି କହିଥିଲେ ମୋ ପାଟି ସମ୍ପୂର୍ଣ୍ଣ ଠିକ୍ ଅଛି। ମୁଁ ଆପଣଙ୍କୁ ଇଜ୍ଜତ ଦେଇ କଥା ବାର୍ତ୍ତା କରୁଛି। ଲଜ୍ଜା ଏକ ଅପମାନଜନକ ଶବ୍ଦ ନୁହେଁ।
ସୂଚନାଯୋଗ୍ୟ ଯେ ଶନିବାର ସନ୍ଧ୍ୟାରେ ପ୍ରଜ୍ଞା ଠାକୁର ଦିଲ୍ଲୀରୁ ଭୋପାଳ ଫେରୁଥିଲେ। ଏ ଅବସରରେ ବିମାନର କ୍ରୁ ମେମ୍ବରଙ୍କ ସହ ତାଙ୍କ ଝଗଡ଼ା ହୋଇଥିଲା। ଏ ନେଇ ପ୍ରଜ୍ଞା କହିଛନ୍ତି ଯେ ଯେଉଁ ସିଟ୍ ତାଙ୍କୁ ଆଲର୍ଟ କରାଯାଇଥିଲା ଶେଷ ମୁହୂର୍ତ୍ତରେ ତାହାକୁ ପରିବର୍ତ୍ତନ କରାଯାଇଥିଲା। ଏନେଇ ସ୍ପାଇ ଜେଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରଜ୍ଞା ହ୍ଵିଲ୍ଚେୟାରରେ ଆସିଥିଲେ। ଏନେଇ ସେ ବିମାନ କର୍ତ୍ତୃପକ୍ଷଙ୍କୁ ଜଣାଇନଥିଲେ। ପ୍ରଥମ ଶ୍ରେଣୀରେ ହ୍ଵିଲ ଚେୟାର ସିଟ୍ ଆଲର୍ଟ ନଥିବାରୁ ପ୍ରଜ୍ଞାଙ୍କ ସିଟ୍କୁ ପରିବର୍ତ୍ତନ କରାଯାଇଥିଲା। ତାଙ୍କୁ ସୁବିଧା ଯୋଗାଇବାକୁ ଏଭଳି କରାଯାଇଥିବା ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।