ଭାରତୀୟ ଗଣମାଧ୍ୟମର ଚିହ୍ନା ଚେହେରା। ବିଶିଷ୍ଟ ଉପସ୍ଥାପିକା ନୀଲମ୍ ଶର୍ମାଙ୍କ ଦେହାନ୍ତ ହୋଇଛି। ଦୂରଦର୍ଶନର ବରିଷ୍ଠ ଉପସ୍ଥାପିକା ନିଲମ ଶର୍ମାଙ୍କର ନିଧନରେ ଖବର ମର୍ମାହତ କରିଛି। ଦୂରଦର୍ଶନର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସେ କର୍କଟ ରୋଗରେ ପୀଡିତ ଥିଲେ। ସେ ୧୯୯୫ ମସିହାରେ ଦୂରଦର୍ଶନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।
ଲମ୍ବା ସମୟ ଧରି ଦୂରଦର୍ଶନର ଚର୍ଚ୍ଚିତ ଚେହେରା ହୋଇରହିଥିବା ନିଲମ ଶର୍ମା ମାର୍ଚ୍ଚରେ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ଦୂରଦର୍ଶନ ସହିତ ନିଜର ୨୦ ବର୍ଷର କ୍ୟାରିୟରରେ ନୀଲମ ଶର୍ମା ‘ତେଜସ୍ୱିନୀ’ ଏବଂ ‘ବଡ ଚର୍ଚ୍ଚା’ ସମେତ ଅନେକ ଲୋକପ୍ରିୟ କାଯ୍ୟର୍କ୍ରମକୁ ସଞ୍ଚାଳନ କରିଛନ୍ତି।