ବଙ୍ଗୋପସାଗରରେ ଡବଲ୍ ଲଘୁଚାପ! ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ

ପୁଣି ଥରେ ଅଶାନ୍ତ ହୋଇଛି ବାତ୍ୟା ଫେଙ୍ଗାଲ ପରେ ଶାନ୍ତ ଥିବା ବଙ୍ଗୋପ ସାଗର ।  ଆସୁଛି ପଛକୁ ପଛ ଲଘୁଚାପ ।  ଗୋଟେ ଲଘୁଚାପ ଯିବା ପରେ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।  ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ।  ବର୍ତ୍ତମାନ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ।

ପ୍ରଭାବରେ ତାମିଲନାଡ଼ୁ, ପୁଡୁଚୋରୀ,କେରଳ,ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଶୁକ୍ରବାର ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ ।  ଏହା ପରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ପ୍ରଭାବରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଜାସନ ନିକୋଲସ । ତେବେ ଓଡ଼ିଶାରେ ଏହାର ପ୍ରଭାବ କଣ ରହିବ ତାହା ଏଯାଏ ଜଣାପଡିନି ।