ଦିଲ୍ଲୀ: DPSରେ ବୋମା! ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ଭୟର ବାତାବରଣ, ଖାଲି କରାଗଲା କ୍ୟାମ୍ପସ୍‌

ରାଜଧାନୀ ଦିଲ୍ଲୀର ମଥୁରା ରୋଡ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବୋମା ଥିବା ନେଇ ଧମକ ମିଳିଛି। ସ୍କୁଲକୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସତର୍କତାମୂଳକ ଭାବେ ସ୍କୁଲକୁ ଖାଲି କରାଯାଇଛି।

ରାଜଧାନୀ ଦିଲ୍ଲୀର ମଥୁରା ରୋଡ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବୋମା ଥିବା ନେଇ ଧମକ ମିଳିଛି। ସ୍କୁଲକୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସତର୍କତାମୂଳକ ଭାବେ ସ୍କୁଲକୁ ଖାଲି କରାଯାଇଛି। ସୂଚନା ପାଇବା ମାତ୍ରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ନିଜ ପିଲାମାନଙ୍କୁ ଘରକୁ ନେଇଯାଇଛନ୍ତି।

ଇ-ମେଲ୍‌ ଜରିଆରେ ଦିଲ୍ଲୀ ପବ୍ଲିକ ସ୍କୁଲକୁ ଏହି ଧମକ ମିଳିଛି। ବୋମା ଧମକ ମିଳିବା ପରେ ସ୍କୁଲ କ୍ୟାମ୍ପସକୁ ତୁରନ୍ତ ଖାଲି କରି ଦିଆଯାଇଛି। ଏ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ସେବା ତଦନ୍ତ ଚାଲିଥିବା କହିଛି।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଡିସିପି ରାଜେଶ ଦେବ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ କ୍ରାଇମ ବ୍ରାଞ୍ଚର ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ଥାନୀୟ ପୋଲିସକୁ ସେଠାରେ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ଜିନିଷ ସ୍କୁଲ ଭିତରୁ ମିଳିନାହିଁ। ତଦନ୍ତ ଜାରି ରହିଛି।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଦିଲ୍ଲୀର ସ୍କୁଲରେ ଏଭଳି ଘଟଣା ଘଟିଥିଲା। ଗତ ଏପ୍ରିଲ ୧୨ରେ ଦିଲ୍ଲୀର ଡିଫେନ୍ସ କଲୋନୀସ୍ଥିତ ଦ ଇଣ୍ଡିଆନ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇ-ଇମେଲ ମିଳିଥିଲା। ଏଥିରେ ସ୍କୁଲ ଭିତରେ ବୋମା ଥିବା ନେଇ ଧମକ ଦିଆଯାଇଥିଲା, ଯାହା ପରେ ଅଭିଭାବକମାନଙ୍କୁ ଶୀଘ୍ର ଡକାଯାଇ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.