ସଂଶୋଧିତ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯କୁ ସ୍ବାଗତ କଲେ ଡ. ଅଚ୍ୟୁତ ସାମନ୍ତ, ଜାଣନ୍ତୁ କଣ ରହିଛି ଏହି ବିଲରେ

ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଆଲୋଚନାରେ ଭାଗ ନେଇ ସାଂସଦ ଡ. ସାମନ୍ତ କହିଲେ, ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୮ରେ କେତେକ ବଳିଷ୍ଠ ସଂଶୋଧନ ଅଣାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଜୁ ଜନତା ଦଳ ପକ୍ଷରୁ ଏହି ବିଲ୍‌କୁ ସମର୍ଥନ କରିବା ସହ ଟ୍ରାନ୍ସଜେଣ୍ଡରମାନେ ସମାଜରେ ସବୁଠୁ ଅଧିକ ଅବହେଳିତ ବୋଲି ଡ. ସାମନ୍ତ କହିଥିଲେ ।

ଆହୁରି ପଢନ୍ତୁ :ପୁରୀ ବେଳାଭୂମି ପାଇବ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା, କେନ୍ଦ୍ର ପରିବେଶ ବିଭାଗ କଲା ମନୋନୀତ

ଏହି ବିଲ୍‌ ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ଅନ୍ୟ ମାନଙ୍କ ଭଳି ସମ୍ମାନର ସହ ବଞ୍ଚିବା ସୁନିଶ୍ଚିତ କରିବ । ଶିକ୍ଷାର ଅଭାବ ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଭଳି ଅନେକ ସମସ୍ୟାର ସମାଧାନ କରିବା ସହ ସେମାନଙ୍କୁୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଏହି ବିଲ୍‌ ସହାୟକ ହେବ । ଆମ ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଯେଉଁ ଅଧିକାର ଦେଇଛି, ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ସୁନିଶ୍ଚିତ କରିଛନ୍ତି ବୋଲି ଡ. ସାମନ୍ତ କହିଥିଲେ । ସମାଜରେ ଅନ୍ୟମାନେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ଏମାନଙ୍କ ସମ୍ପର୍କରେ ପଚରାଗଲେ ଏମାନେ ଟ୍ରେନ୍‌ ଓ ଟ୍ରାଫିକ୍‌ ଛକରେ ଭିକ୍ଷାବୃତ୍ତି କରୁଥିବା ଅନେକ କହିଥାନ୍ତି । କେହି କେହି ସେମାନଙ୍କର ଖରାପ ବ୍ୟବହାର ସମ୍ପର୍କରେ ଅଭିଯୋଗ ବଖାଣିଥାନ୍ତି । ସେମାନଙ୍କର ଏଭଳି ଦୁର୍ଦ୍ଦଶା ପାଇଁ ଆମେ ହିଁ ଦାୟୀ ।

ଆହୁରି ପଢନ୍ତୁ :ମଣିଷ ଠାରୁ ବି ସଚେତନ ମାଙ୍କଡ, ଏମିତି କିଛି କଲା ଯାହାର ଭିଡିଓ ଏବେ ହେଉଛି ଭାଇରାଲ୍‌

ଟ୍ରାନ୍ସଜେଣ୍ଡରମାନେ ନିଜ ପରିବାର ଦ୍ୱାରା ଲାଞ୍ଛିତ ଓ ନିର୍ଯାତିତ ହେବା ସହ ଅନ୍ୟମାନଙ୍କ କୃର ବ୍ୟବହାରରେ ଅତିଷ୍ଠ ହୋଇ ବଞ୍ଚିବା ପାଇଁ ଏଭଳି କାର୍ଯ୍ୟକୁ ଆପଣାଇ ନେଇଥାନ୍ତି । ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଉଦାହରଣ ଦେଇ ଡ. ସାମନ୍ତ କହିଲେ ବହୁ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଭଳି ବ୍ୟକ୍ତିମାନେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛନ୍ତି । ନିଜର ଲକ୍ଷ୍ୟ ହାସଲ କରି ଅନ୍ୟମାନଙ୍କ ସମକକ୍ଷ ବୋଲି ସାହାସର ସହ ପ୍ରମାଣିତ କରିପାରିଛନ୍ତି । ଲକ୍ଷ୍ମୀନାରାୟଣ ତ୍ରିପାଠୀ ଟ୍ରାନ୍ସଜେଣ୍ଡରଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାଲାଗି ଲଢେଇ କରି ଶେଷରେ ସର୍ବୋଚ୍ଚ ନ୍ୟାୟଳୟରେ ସଫଳ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟଳୟଙ୍କ ନ୍ୟାୟ ପରେ ଏବେ ସେମାନେ ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ପାସ୍‌ପୋର୍ଟ ଆଦି ଅନେକ କିଛି ସୁବିଧା ପାଇ ସମାଜରେ ଅନ୍ୟମାନଙ୍କ ଭଳି ସମାନ ଅଧିକାର ପାଇପାରୁଛନ୍ତି । ଉଭୟଲିଙ୍ଗି ହୋଇ ଜନ୍ମ ହେବା ସେମାନଙ୍କ ଦୋଷ ନୁହେଁ । ଏହା ମାନବ ଶରୀରରେ ଏକ ଜୈବିକ ପରିବର୍ତ୍ତନ ।

ଆହୁରି ପଢନ୍ତୁ : ଏହି ଗାଁରେ ମଣିଷଙ୍କ ଠାରୁ ନେଇ ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ, ଆଶ୍ଚର୍ଯ୍ୟ କରିଦେବ ଏହା ପଛର କାରଣ

ଏହି ବିଲ୍‌ ଦ୍ୱାରା ଅନ୍ୟମାନଙ୍କ ଭଳି ଶିକ୍ଷା ସ୍ୱସ୍ଥ୍ୟ, ନିଯୁକ୍ତି ଓ ସାମାଜିକ ସମ୍ମାନ ଅଧିକାର ପାଇପାରିବେ । ଏହି ପରିପ୍ରେକ୍ଷୀରେ ନ୍ୟାସନାଲ୍‌ ଟ୍ରାନ୍ସଜେଣ୍ଡର ପରିଷଦରେ ୫ ଜଣଙ୍କ ପରିବର୍ତ୍ତେ ୧୦ ଜଣ ଟ୍ରାନ୍ସଜେଣ୍ଡର ବ୍ୟାକ୍ତିଙ୍କୁ ସାମିଲ କରିବା ପାଇଁ ଡ. ସାମନ୍ତ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟ ସମେତ ଏହି ପରିଷଦରେ ସଦସ୍ୟ ଥିବା ଅନ୍ୟ ମନ୍ତ୍ରାଳୟଗୁଡ଼ିକୁ ଅନୁରୋଧ କରିଥିଲେ । ସେମାନଙ୍କ ସ୍ୱରକୁ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ୍‌ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାନ୍ସଜେଣ୍ଡରଙ୍କୁ ବିପିଏଲ୍‌ଙ୍କ ଭଳି ନିହାତି ଦରରେ ଚାଉଳ, କିରୋସିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାଭଳି ସୁବିଧା ପ୍ରଦାନ କରିଛନ୍ତି । ମୀରା ପରିଡ଼ାଙ୍କ ଭଳି ଟ୍ରାନ୍ସଜେଣ୍ଡରଙ୍କୁ ରାଜନୈତିକ ପଦବୀରେ ଅବସ୍ଥାପିତ କରାଇଛନ୍ତି । ସେମାନଙ୍କୁ ସୁଯୋଗ ଦିଆଗରେ ସେମାନେ ମଧ୍ୟ ସମାଜରେ ଅନ୍ୟ ମାନଙ୍କ ସହ ସମକକ୍ଷ ହୋଇପାରିବେ । ବିଚାରପତିଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେମାନଙ୍କ ସେମାନହ୍କର ଦକ୍ଷତା ପ୍ରମାଣିତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ଦେଶର ପ୍ରଥମ ଅନୁଷ୍ଠାନ ଭାବେ କିଟ୍‌ ଓ କିସ୍‌ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

58 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago