୨୦୧୫ରୁ ୨୦୨୦ ମଧ୍ୟରେ NHAIର ମୋଟ ଋଣ କେତେ ଅଛି?, ଲୋକସଭାରେ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ ଜାତୀୟ ରାଜପଥ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ। ୨୦୧୫ରୁ ୨୦୨୦ ମଧ୍ୟରେ NHAIର ମୋଟ ଋଣ କେତେ ଅଛି। NHAIର ଆସେଟ ମନିଟାଇଜେସନ ପାଇଁ ସରକାରଙ୍କ କିଛି ନୀତି ଅଛି ନା ନୀତି ପ୍ରସ୍ତୁତ ପାଇଁ ଯୋଜନା ହେଉଛି? NHAI ବଜାରରୁ କେତେ ଉଧାର ଆଣିଛି? ଅର୍ଥ ଆଣିବା ପାଇଁ ଇନ୍‌ଫ୍ରାଷ୍ଟ୍ରକଚର୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ ଭଳି କିଛି ବିକଳ୍ପ ପ୍ରକ୍ରିୟା ଅଛି? ଏହାର ଉତ୍ତର ଦେଇଛନ୍ତି ନୀତିନ ଗଡ଼କରୀ। କହିଛନ୍ତି ୨୦୨୦ ଫେବ୍ରୁଆରୀ ସୁଦ୍ଧା NHAIର ଋଣ ପରିମାଣ ୨ ଲକ୍ଷ ୨୮ ହଜାର ୨୫୨ କୋଟି ଟଙ୍କା। ଇନ୍‌ଫ୍ରାଷ୍ଟ୍ରକଚର୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ ଜରିଆରେ ଆସେଟ୍‌ ମନିଟାଇଜେସନ ପାଇଁ NHAIକୁ ଅଧିକାର ଦିଆଯାଇଛି। ସରକାରଙ୍କ ପାଣ୍ଠିରେ ନିର୍ମିତ ଜାତୀୟ ରାଜପଥର ମନିଟାଇଜେସନ ପାଇଁ NHAIକୁ ଅଧିକାର ଦିଆଯାଇଛି। .

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.