ଆମେରିକା ସେନାରେ ମୁଖ୍ୟ ସୂଚନା ଅଧିକାରୀ ପଦ ସମ୍ଭାଳିବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ ଡା.ରାଜ ଅୟର

ତାମିଲନାଡ଼ୁର ବାସିନ୍ଦା ସୂଚନା ବିଶେଷଜ୍ଞ ଡା. ରାଜ ଅୟର ଆମେରିକାର ସେନାରେ ମୁଖ୍ୟ ସୂଚନା ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଓ ତାର ସେନାଙ୍କୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଶ୍ରେଷ୍ଠ କରିବା ଦାୟିତ୍ୱ ଏବେ ତାଙ୍କ ମୁଣ୍ଡ ଉପରେ।

ଆମେରିକା ସେନା ତରଫରୁ ଅୟରଙ୍କ ନିଯୁକ୍ତି ଅବସରରେ ଜାରି କରାଯାଇଥିବା ଏକ ଅଫିସିଆଲ ବିଜ୍ଞପ୍ତିରେ କୁହାଯାଇଛି, ଏହି ପଦରେ ଅବସ୍ଥାପିତ ହୋଇ ଅୟର ସୂଚନା ପ୍ରାଦ୍ୟୋଗିକ ସହ ଜଡ଼ିତ ସାମରିକ ମାମଲା ସମେତ ସାଇବର ସୁରକ୍ଷା ଓ କ୍ଲାଉଡ୍‌ ମ୍ୟାନେଜ୍‌ମେଣ୍ଟର ପ୍ରଭାରୀ ଭାବେ ମଧ୍ୟ କାମ କରିବେ।

ତାମିଲନାଡ଼ୁର ତିରୁଚିରାପଲ୍ଲୀର ଜନ୍ମିତ ଡା. ରାଜ ଅୟରଙ୍କ ପିଲାଦିନ ବେଙ୍ଗାଲୁରୁରେ କଟିଥିଲା। ସେ ତ୍ରିଚିସ୍ଥିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ଉଚ୍ଚ ଶିକ୍ଷା ପରେ ଆମେରିକା ଗସ୍ତ କରିଥିଲେ। ତା’ପରେ ସେ ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ରୁ ପିଏଚ୍‌ଡି କରି ଏହି ବିଶ୍ୱବିଦ୍ୟାଳୟରେ ହିଁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତୋର କରିଥିଲେ। ଏହା ପରେ ୟୁନିଭର୍ସିଟି ଅଫ୍‌ ମିଶିଗନ୍‌ରେ ବିଜନେସ୍‌ ଆଡମିନିଷ୍ଟ୍ରେସନ୍‌ରେ ଏମ୍‌ବିଏ କରିଛନ୍ତି। ତା’ପରଠୁ ସେ ଆମେରିକାର ବିଭିନ୍ନ କମ୍ପାନୀରେ ଚାକିରି କରିଆସୁଛନ୍ତି।

Leave A Reply

Your email address will not be published.