ଜ୍ଞାନବାପୀ ମସଜିଦରେ ସର୍ଭେ ଟିମଙ୍କ ବିସ୍ଫୋରକ ବୟାନ, ଯେଉଁଠି ନମାଜ ପଢ଼ା ଯାଉଛି ସେଠାରେ ଶ୍ରୀ, ଓ ଁ ଲେଖାଯାଇଛି, ମାଟିତଳେ ରହିଛି ବହୁ ପ୍ରମାଣ

ନୂଆଦିଲ୍ଲୀ : ବାରାଣସୀ କୋର୍ଟ ୧୭ ମଇ ପର୍ଯ୍ୟନ୍ତ ସର୍ଭେ କାମ ସମ୍ପୂର୍ଣ୍ଣ କରି ବିସ୍ତତ ରିପୋର୍ଟ ଦେବାକୁ ଆଦେଶ ଦେଇଛି । ଅନ୍ୟପଟେ ଅସଦୁଦ୍ଦିନ ଓବେସୀ କହିଛନ୍ତି ଯେ ଆମେ ଅନ୍ୟ ମସଜିଦକୁ ଖୋଳିବାକୁ ଦେବୁନାହିଁ । ଏବେ ସବୁ କିଛି କୋର୍ଟ ଉପରେ ନିର୍ଭର କରୁଛି ।

ଉତ୍ତର ପ୍ରଦେଶ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସୋମବାର ସର୍ଭେ କାମ ହେବ । ରବିବାର ହୋଇଥିବା ସର୍ଭେରେ ବିସ୍ଫୋରକ ତଥ୍ୟ ପ୍ରଦାନ କରିଛନ୍ତି ସର୍ଭେ ଟିମର ସଦସ୍ୟ ଆର୍‌ପି ସିଂହ । ସେ ଦାବି କରିଛନ୍ତି ଯେ ମାଟିତଳେ ବହୁତ ପ୍ରମାଣ ପଡ଼ି ରହିଛି । ଯାହା ସୁରକ୍ଷିତ ଭାବେ ରହିଛି । ମାଟି ତଳେ ଯେଉଁ ଖମ୍ବ ତିଆରି ହୋଇଛି ସେଥିରେ ବହୁତ ମୂର୍ତ୍ତି ମଧ୍ୟ ରହିଛି ।

ଏହାଛଡ଼ା ମସଜିଦରେ ଯେଉଁଠି ନମାଜ ପଢ଼ାଯାଉଛି ସେଠାରେ ବିଭିନ୍ନ ସ୍ଥାନରେ ଶ୍ରୀ ଲେଖାଯାଇଛି । ଏହାଛଡ଼ା ବିଭିନ୍ନ ଜାଗାରେ ତ୍ରିଶୂଳ ଚିହ୍ନ ସହ ଓଁ ମଧ୍ୟ ରହିଥିବାର ଦେଖାଯାଇଛି । ଏହାଛଡ଼ା ହିନ୍ଦୁ ଧର୍ମ ସହ ଜଡିତ ବହୁତ ଚିତ୍ର ମଧ୍ୟ ପଥର ଉପରେ ଖୋଦିତ ହୋଇଛି ।

ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ଅସଦୁଦ୍ଦିନ ଓବେସୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କୋର୍ଟ ନିଷ୍ପତ୍ତି ଭୁଲ କାରଣ କୋର୍ଟ ୧୯୯୧ ପାର୍ଲାମେଣ୍ଟ ଆକ୍ଟ ଖିଲାପରେ ନିଷ୍ପତ୍ତି ଦେଇଛନ୍ତି ।

ରବିବାର ସର୍ଭେର ଦ୍ୱିତୀୟ ଦିନରେ ମସଜିଦର ଉପର ଢ଼ାଞ୍ଚାର ଭିଡିଓଗ୍ରାଫି ହୋଇଛି ଆମର ପକ୍ଷ ମଜବୁତ ଅଛି ବୋଲି ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.