ପୁଣି ସମ୍ବିତ ପାତ୍ରଙ୍କୁ ନୂଆ ଦାୟିତ୍ବ, ITDCର ଚେୟାରମ୍ୟାନ ପଦରେ ନିଯୁକ୍ତ କରିଛନ୍ତି କେନ୍ଦ୍ରସରକାର

କେନ୍ୟୁଜ୍(ବ୍ୟୁରୋ):  ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ନୂଆ ଦାୟିତ୍ୱ । ଭାରତୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ପରିସରଭୁକ୍ତ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି)ର ଚେୟାରମ୍ୟାନ ପଦରେ ନିଯୁକ୍ତ କରିଛନ୍ତି କେନ୍ଦ୍ରସରକାର।  ଏହା ପୂର୍ବରୁ ସମ୍ବିତ ପାତ୍ର  ଓଏନଜିସର ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ଡକ୍ଟର ପାତ୍ର ପାର୍ଟ ଟାଇମରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଆଇଟିଡିସିର ଅଧ୍ୟକ୍ଷ  ରହିବେ।  ଆହୁରି ମଧ୍ୟ GKV ରାଓ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଇଟିଡିସିର MD ଭାବେ କାର୍ଯ୍ୟ କରିବେ । ଏହାପୂର୍ବରୁ କେରଳ କ୍ୟାଡରର ୧୯୯୦ ବ୍ୟାଚ୍ ଏହି IAS ଅଧିକାରୀ ରାଓ ମୁଖ୍ୟ ସଚିବ ଥିଲେ।  ପୂର୍ବରୁ  ୨୦୧୪-୧୫ରେ ମଧ୍ୟ ସେ  କେରଳର ପର୍ଯ୍ୟଟନ ସଚିବ ଭାବେ   ମଧ୍ୟ କାର୍ଯ୍ୟ କରିଛନ୍ତି  ।

ସମ୍ବିତ ପାତ୍ରା ଭାରତୀୟ ଜନତା ପାର୍ଟିର ପ୍ରମୁଖ ପ୍ରବକ୍ତାଙ୍କ ମଧ୍ୟରୁ ଜଣେ । ସେ ଗଣମାଧ୍ୟମରେ ପାର୍ଟି ପକ୍ଷରେ ମଜବୁତ ଡିବେଟ କରିପାରୁଥିବା ଜଣେ ନେତା । ସମ୍ବିତ ପାତ୍ରାଙ୍କୁ ୨୦୧୭ ମସିହାରେ ଓଏନଜିସିର ସ୍ୱତନ୍ତ୍ର ଡାଇରେକ୍ଟର ପଦରେ ଅବସ୍ଥାପିତ କରାଯାଇଥିଲା । ଏହି ପଦର କାର୍ଯ୍ୟକାଳ ୩ ବର୍ଷ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.