ଏକାଠି କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ, ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ

ନୂଆଦିଲ୍ଲୀ : କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ । ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ । ରାଜସ୍ଥାନର ଜୈସଲମେରରେ ଘଟିଛି ଏପରି ଘଟଣା । ଡ୍ରେନ୍‌ ଉପରେ ପଡିଥିବା କଂକ୍ରିଟ ସ୍ଲାବ ଉପରେ ଛିଡା ହୋଇ କଥା ହେଉଥିବା ବେଳେ ଖସିପଡିଥିଲେ ୫ ଜଣ । ୫ଜଣଙ୍କ ସହ ଗୋଟିଏ ବାଇକ୍ ମଧ୍ୟ ଖାତ ମଧ୍ୟରେ ଖସିପଡିଥିଲା ।

ଜୈସଲମେରର ବାବା ବାୱଡି ରେଲୱେ ଷ୍ଟେସନ୍ ନିକଟରେ ଥିବା ଏକ ଟାୟାର ପଙ୍କଚର ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହେଲେ ଭାଗ୍ୟକୁ ଡ୍ରେନଟି ଶୁଖିଲା ଥିଲା । ଫଳରେ ଏଥିରେ ଗଳି ପଡିଥିବା ଲୋକେ ଗଭୀର ଆହତ ହୋଇଥିଲେ ବି କୌଣସି ମୃତାହତ ହୋଇନଥିବା ଖବର ରହିଛି । ଜୈସଲମେରର ଏହି ଭିଡିଓ ଦେଖିବା ପରେ ରାସ୍ତାକଡ ବେପାରୀ ସଚେତନ ହେବେ ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.