ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ: ଆମ ଦେଶର ଝିଅମାନେ ହିଁ ଦେଶ ପାଇଁ ଆଶା

କେନ୍ୟୁଜ୍(ବ୍ୟୁରୋ):  ୨୦୪୭ ସୁଦ୍ଧା ଆମର ସ୍ୱାଧୀନତା ସଂଗ୍ରାମୀ ଦେଖିଥିବା ସ୍ୱପ୍ନ ପୂରଣ ହେବ। ୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶକୁ ସମ୍ବୋଧନ ଦେଇ ଏହା କହିଛନ୍ତି। ସ୍ୱାଧୀନ ଦେଶ ଭାବେ ଭାରତ ୭୫ ବର୍ଷ ପୂର୍ଣ୍ଣ କରିଛି। ୧୯୪୭ ମସିହାର ଏହି ଦିନରେ ଆମେ ଉପନିବେଶ ଶାସନର ଶୃଙ୍ଖଳାରୁ ମୁକ୍ତ ହୋଇ ସ୍ୱାଧିନତା ଲାଭ କରିଥିଲୁ। ଏକ ମୁକ୍ତ ଓ ସ୍ୱାଧୀନ ଦେଶରେ ବାସ କରିବାର ସୌଭାଗ୍ୟ ଦେଇଥିବା ସେହି ମହାନ ସଂଗ୍ରାମୀମାନଙ୍କ ନିକଟରେ ସାଦର ପ୍ରମାଣ ଜଣାଇଛନ୍ତି ରାଷ୍ଟ୍ରପତି।

ଭାରତର ସ୍ୱାଧୀନତା ଆମ ସହ ବିଶ୍ୱରେ ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ସମର୍ଥକଙ୍କ ପାଇଁ ଗୌରବର ବିଷୟ। ଦେଶ ସ୍ୱାଧୀନ ହେବା ସମୟରେ ଅନେକ ଅନ୍ତର୍ଜାତୀୟ ନେତା ଓ ବିଚାରକ ଆମ ଦେଶର ଗଣତାନ୍ତ୍ରିକ ପ୍ରଣାଳୀର ସଫଳତା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ। କିନ୍ତୁ ଭାରତବାସୀ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି।

ଭାରତର ମାଟିରେ ଗଣତନ୍ତ୍ରର ଚେର ଲଗାତାର ଗଭୀର ଓ ମଜଭୁତ ହୋଇଛି। ସେହିପରି ମହିଳାଙ୍କ ସ୍ୱାଧୀନତା ଓ ସଶକ୍ତିକରଣ ନେଇ ରାଷ୍ଟ୍ରପତି କହିଛନ୍ତି, ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ହାସଲ କରିବାକୁ ଲମ୍ବା ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ଆମ ଗଣତନ୍ତ୍ରର ଆରମ୍ଭରୁ ହିଁ ଭାରତରେ ବୟସ୍କଙ୍କୁ ଦେଶ ନିର୍ମାଣରେ ଭାଗୀଦାର ଭାବେ ଅଂଶ ଗ୍ରହଣ କରିଆସିଛନ୍ତି। ଆମ ଦେଶର ଝିଅମାନେ ହିଁ ଦେଶ ପାଇଁ ଆଶା ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.